ଜମ୍ମୁକଶ୍ମୀରରେ ଖାଇକୁ ଖସିଲା ବସ୍: ୩୩ ମୃତ, ୧୦ରୁ ଅଧିକ ଆହତ

କେଶବନରୁ କିସ୍ତାଗଡ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହି ବସ୍

104

କନକ ବ୍ୟୁରୋ: ଜମ୍ମୁକଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜମ୍ମୁକଶ୍ମୀରର କିସ୍ତାଗଡରେ  ଖାଇକୁ ଖସିଲା ବସ୍, ୩୩ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ଅଧିକାଂଶ ଆହତଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି ।

ଘଟଣାସ୍ଥଳରେ ପୋଲିସ୍ ଓ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସକାଳ ପ୍ରାୟ ୮ଟା ୪୦ରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ଏକ ମିନି ବସ କେଶବନରୁ କିସ୍ତାବାଡ ଯିବା ସମୟରେ ଭାରସାମ୍ୟ ହରାଇ ଖାଇକୁ ଖସିପଡିଛି ।