ମାଛ କରିଦେଲା କୋଟିପତି : ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୩୩ଟି ତେଲିଆ ଭୋଲା ମାଛ

Advertisment
ମାଛ କରିଦେଲା କୋଟିପତି : ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୩୩ଟି ତେଲିଆ ଭୋଲା ମାଛ

କନକ ବ୍ୟୁରୋ : ମାଛ କରିଦେଲା କୋଟିପତି । ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ବିରଳ ତେଲିଆ ଭୋଲା ମାଛ । ୧୦ ଜଣ ମତ୍ସ୍ୟଜୀବୀ ଟ୍ରଲର ନେଇ ଦୀଘା ମୁହାଣରେ ମାଛ ମାରିବା ପାଇଁ ଯାଇଥିବା ବେଳେ ଜାଲରେ ପଡିଥିଲା ୩୩ଟି ଭୋଲା ମାଛ ।

ମତ୍ସ୍ୟଜୀବୀମାନେ ମାଛ କୁଳକୁ ଆଣି ନିଲାମ ଡାକିବା ପରେ ୩୩ଟି ମାଛକୁ ୧କୋଟି ଟଙ୍କାରେ ବିକ୍ରି ହୋଇଥିଲା । କଲିକତାର ଏକ ଔଷଧ କଂପାନି ଏହି ମାଛକୁ କିଣିଥିବା ଜଣାପଡିଛି । ୩୩ଟି ମାଛର ଓଜନ ୮୪୦ କିଲୋଗ୍ରାମ । ମାଛ କିଲେପ୍ରତି ୧୨ ହଜାର ୬୦୦ ଟଙ୍କାରେ ବିକ୍ରି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe