କନକ ବ୍ୟୁରୋ : ମାଛ କରିଦେଲା କୋଟିପତି । ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ବିରଳ ତେଲିଆ ଭୋଲା ମାଛ । ୧୦ ଜଣ ମତ୍ସ୍ୟଜୀବୀ ଟ୍ରଲର ନେଇ ଦୀଘା ମୁହାଣରେ ମାଛ ମାରିବା ପାଇଁ ଯାଇଥିବା ବେଳେ ଜାଲରେ ପଡିଥିଲା ୩୩ଟି ଭୋଲା ମାଛ ।

Advertisment

ମତ୍ସ୍ୟଜୀବୀମାନେ ମାଛ କୁଳକୁ ଆଣି ନିଲାମ ଡାକିବା ପରେ ୩୩ଟି ମାଛକୁ ୧କୋଟି ଟଙ୍କାରେ ବିକ୍ରି ହୋଇଥିଲା । କଲିକତାର ଏକ ଔଷଧ କଂପାନି ଏହି ମାଛକୁ କିଣିଥିବା ଜଣାପଡିଛି । ୩୩ଟି ମାଛର ଓଜନ ୮୪୦ କିଲୋଗ୍ରାମ । ମାଛ କିଲେପ୍ରତି ୧୨ ହଜାର ୬୦୦ ଟଙ୍କାରେ ବିକ୍ରି ହୋଇଛି ।