ଭୁବନେଶ୍ୱରରେ ଅଧିକ ସୁସ୍ଥ, ଆକ୍ରାନ୍ତ କମ । ଆଜି ୩୨୯ ପଜିଟିଭ ଚିହ୍ନଟ, ୩୯୫ ସୁସ୍ଥ

94

କନକ ବ୍ୟୁରୋ : ଆଜି ଭୁବନେଶ୍ୱରରେ ଆକ୍ରାନ୍ତଠୁ ଅଧିକ ସୁସ୍ଥ ହୋଇଛନ୍ତି । ୩୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ୭୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୫୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ଆଜି ଖୋର୍ଦ୍ଧାରୁ ୫୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩୨୯ ଜଣ ରହିଛନ୍ତି । ତେଣୁ ଖୋର୍ଦ୍ଧାରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଅଧିକ ଆକ୍ରାନ୍ତ ରହିଛନ୍ତି ।

ଏହାସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୫୨୬ରେ ପହଞ୍ଚିଛି । ସେହିପରି ୧୭ ହଜାର ୮୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ୩ ହଜାର ୫୨୬ ଜଣ ସକ୍ରିୟ ରହିଛନ୍ତି ।