ଜୀବନ ବଞ୍ଚାଉ ବଞ୍ଚାଉ ଚାଲିଯାଉଛି ଜୀବନ । କରୋନାରେ ପ୍ରାଣ ହରାଇଲେଣି ୩୨୯ ଡାକ୍ତର ।

251

କନକ ବ୍ୟୁରୋ : କରୋନା ସହ ଲଢେଇରେ ସବୁଠୁ ଆଗଧାଡିର ଯୋଦ୍ଧା ହେଉଛନ୍ତି, ସମସ୍ତ ଡାକ୍ତର ଆଉ ସ୍ୱାସ୍ଥ୍ୟକର୍ମୀ । ଅନ୍ୟର ଜୀବନ ବଞ୍ଚଉ ବଞ୍ଚଉ, ଅନେକ ଡାକ୍ତରଙ୍କ ଜୀବନ ମଧ୍ୟ ଚାଲିଗଲାଣି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସାରା ଦେଶରେ କରୋନାରେ ସଂକ୍ରମିତ ହୋଇ ଏପର୍ଯ୍ୟନ୍ତ ୩୨୯ ଜଣ ଡାକ୍ତର ପ୍ରାଣ ହରାଇଲେଣି । ଆଉ ଏହି ସଂଖ୍ୟା ବିହାରରୁ ଅଧିକ ଆସିଛି । ଯେଉଁଠି ୮୦ଜଣ ଡାକ୍ତରଙ୍କ ଜୀବନ ଗଲାଣି । ନଜର ପକାନ୍ତୁ କେଉଁ ରାଜ୍ୟରେ କେତେ ଡାକ୍ତର ପ୍ରାଣ ହରାଇଲେଣି ।

୧. ଆନ୍ଧ୍ରପ୍ରଦେଶ -୨୨
୨. ଆସାମ- ୦୩
୩. ବିହାର -୮୦
୪. ଛତିଶଗଡ -୦୩
୫. ଦିଲ୍ଲୀ – ୭୩
୬. ଗୁଜୁରାଟ – ୦୨
୭. ଗୋଆ – ୦୨
୮. ହରିୟାଣା -୦୨
୯. ଜାମ୍ମୁକାଶ୍ମୀର – ୦୩
୧୦. କର୍ଣ୍ଣାଟକ – ୦୮
୧୧. କେରଳ-୦୩
୧୨. ମଧ୍ୟପ୍ରଦେଶ – ୦୬
୧୩. ମହାରାଷ୍ଟ୍ର – ୧୪
୧୪. ଓଡ଼ିଶା -୧୪
୧୫. ପୁଡୁଚେରୀ – ୦୧
୧୬. ପଞ୍ଜାବ – ୦୧
୧୭. ତାମିଲନାଡୁ – ୧୧
୧୮. ତେଲେଙ୍ଗାନା -୨୦
୧୯. ତ୍ରିପୁରା – ୦୨
୨୦. ଉତ୍ତରପ୍ରଦେଶ – ୪୧
୨୧. ଉତ୍ତରାଖଣ୍ଡ – ୦୨
୨୨. ପଶ୍ଚିମବଙ୍ଗ – ୧୫
କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଅଧିକ ଭୟଙ୍କର ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି ।