ରଥଯାତ୍ରା ପାଇଁ ପୁରୀ ଧାମକୁ ଚାଲିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍ । ପୁରୀରେ ପ୍ରସ୍ତୁତି ସମୀକ୍ଷା କଲେ ରେଳମନ୍ତ୍ରୀ ଅଶ୍ୱିଷ୍ଣୀ ବୈଷ୍ଣବ ।

150

କନକ ବ୍ୟୁରୋ: ରଥଯାତ୍ରା ସମୟରେ ପୁରୀକୁ ଆସିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତି ହୋଇଛି । ଏହା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଗସ୍ତରେ ଆସି ଯାତ୍ରୀଙ୍କ ପାଇଁ ରେଳବାଇ ପକ୍ଷରୁ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ରେଳବାଇ ଦ୍ୱାରା ରଥଯାତ୍ରା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ରେଳମନ୍ତ୍ରୀ କହିଛନ୍ତି ଯେ ଚଳିତ ଥର ରଥଯାତ୍ରାରେ ୧୫ଲକ୍ଷ ଶ୍ରଦ୍ଧାଳୁ ଆସିବେ । ଯାତ୍ରୀଙ୍କ ପାଇଁ ଚଳିତ ରଥଯାତ୍ରା ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଚାଲିବାକୁ ଥିବା ସ୍ୱତନ୍ତ୍ର ଟ୍ରେନରେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଳାରୁ ମଧ୍ୟ ଯାତ୍ରୀ ଆସିବେ । ଯାତ୍ରୀଙ୍କୁ ପୁରୀକୁ ଓ ପୁରୀରୁ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବା ଲକ୍ଷ ରଖାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ଓଡ଼ିଶାର ବାଦାମବାହାଡ, ବାଙ୍ଗିରିପୋଷୀ, ରାଉରକେଲା, ସମ୍ବଲପୁର, ଗୁଣୁପୁର, ବ୍ରହ୍ମପୁର ଦଶପଲ୍ଲା ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ପୁରୀ ସହ ସ୍ୱତନ୍ତ୍ର ଟ୍ରେନ ମାଧ୍ୟମରେ ଯୋଡାଯିବ । ଏହା ବ୍ୟତୀତ ଏଆଇ ଆଧାରିତ ଡାଇନାମିକ ସିଡ୍ୟୁଲିଂ ଆଧାରରେ ଅଧିକ ଟ୍ରେନ ଚଳାଚଳ କରାଇବାକୁ ଯୋଜନା ରଖାଯାଇଥିବା କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଏହି ସମୀକ୍ଷା ସମୟରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଉପସ୍ଥିତ ରହିଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର ।