ଦେଶରେ ୧୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଲା, ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯୪୧ଟି ନୂଆ ଆକ୍ରାନ୍ତ ।

1,042

କନକ ବ୍ୟୁରୋ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୧୨ ହଜାର । ଅପରାହ୍ନ ୩ଟା ସୁଦ୍ଧା ୧୪୮୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଗତ ୨୪ ଘଂଟା ଭିତରେ ୧୮୩ ଜଣ ସୁସ୍ଥ ହୋଇଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । କିନ୍ତୁ ଚିନ୍ତାଜନକ ବିଷୟ ହେଲା କି, ଗତ ୨୪ ଘଂଟାରେ ୯୪୧ଟି ନୂଆ କେସ୍ ଆସିଛି, ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର୩୮୦ରେ ପହଁଚିଥିବାବେଳେ ଗତ ୨୪ ଘଂଟାରେ ୩୭ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନାରେ ମୋଟ ମୃତ୍ୟୁ ସଂଖ୍ୟା ୪୧୪ରେ ପହଁଚିଛି ।

ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା ଅନୁସାରେ ସମସ୍ତ କେନ୍ଦ୍ର-ଶାସିତ ଅଂଚଳରେ ସ୍ୱାସ୍ଥ୍ୟସେବା ଉପରେ ନିୟମାବଳୀ ଜାରି କରାଯାଇଛି । ସେହିପରି ଦେଶର ୩୨୫ଟି ଜିଲ୍ଲାରେ ବର୍ତମାନ ସୁଦ୍ଧା କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାଁନ୍ତି । ଆଉ ଦେଶବାସୀଙ୍କୁ ପାଇଁ ଅଶ୍ୱସ୍ତିକର ଖବର ହେଉଛି କି, ଭାରତରେ କରୋନାରେ ମୃତ୍ୟୁ ହାର ୩.୩ ପ୍ରତିଶତ ଥିବାବେଳେ ସୁସ୍ଥ ହେଇଛନ୍ତି ୧୨ ପ୍ରତିଶତରୁ ଅଧିକ ସଂକ୍ରମିତ ।