ରାଜ୍ୟର ୩୦ ଜିଲ୍ଲାରୁ ୩୨୬୭ ପଜିଟିଭ ମାମଲା : ଗଲା ୯ ଜଣଙ୍କ ଜୀବନ , ସଙ୍ଗରୋଧରୁ ୧୯୬୧ ଓ ସ୍ଥାନୀୟ ଅଞ୍ଚଳରୁ ୧୩୦୬ ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮କୁ ବୃଦ୍ଧି

465

କନକ ବ୍ୟୁରୋ : ଆଜି ରାଜ୍ୟରେ ୩୨ ଶହ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୯ ଶହ ୬୧ ଜଣ ସଂକ୍ରମିତ ଥିବା ବେଳେ ୧୩ଶହ ୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତ ସଂଖ୍ୟା ରାଜ୍ୟରେ ଲକ୍ଷେ ୧୬ ହଜାର ୬୭୮ରେ ପହଚିଂଛି । ସେହିପରି ୨୪ଘଂଟାରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୮୫୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରଭ ୩୮୪ ଜଣ, ମୟୁରଭଂଜରୁ ୧୩୪ ଜଣ,ବରଗଡ଼ରୁ ୧୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଭଦ୍ରକରୁ ୧୩୮ଜଣ, ପୁରୀରୁ ୨୩୫, ଯାଜପୁରରୁ ୨୩, ବାଲେଶ୍ୱରରୁ ୯, ଗଂଜାମରୁ ୯୭, ରାୟଗଡ଼ରୁ ୧୬୯, ନୟାଗଡ଼ରୁ ୭୦, ଅନୁଗୁଳରୁ ୬୦, ବଲାଙ୍ଗୀରରୁ ୪୩, ବୌଦ୍ଧରୁ ୪୪, ଦେଓଗଡ଼ ୨୩, ଢ଼େଙ୍କାନାଳରୁ ୧୮, ଗଜପତିରୁ ୧୮, ଜଗତସିଂହପୁରରୁ ୬୬, ଝାରସୁଗୁଡ଼ା ୩୭, କଳାହାଣ୍ଡି ୩୭, କନ୍ଧମାଳରୁ ୨୭, କେନ୍ଦ୍ରାପଡ଼ାରୁ ୫୧, କେନ୍ଦୁଝରରୁ ୧୦୭, କୋରାପୁଟରୁ ୮୩, ମାଲକାନଗିରିରୁ ୧୭, ନବରଙ୍ଗପୁରରୁ ୮୫, ନୂଆପଡ଼ାରୁ ୪୦, ସମ୍ବଲପୁରରୁ ୮୦, ସୋନପୁରରୁ ୬୬, ସୁନ୍ଦରଗଡ଼ରୁ ୧୨୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାଏ ୮୭ ହଜାର ୩୫୧ ଜଣ ସୁସ୍ଥ ହୋଇଥିବା ବେଳେ ୨୮ ହଜାର ୭୪୩ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିିଛି ।

ସେହିପରି ରାଜ୍ୟରେ ୨୪ ଘଂଟାରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ରାଜ୍ୟରେ ୫୩୧ରେ ପହଂଚିଛି । ମୃତକଙ୍କ ମଧ୍ୟରେ ବଲାଙ୍ଗୀରରୁ ୨ ଜଣ, କଟକରୁ ୨ ଜଣ, ଗଂଜାମରୁ ୨ ଜଣ, ଭୁବନେଶ୍ୱର ଜଣେ, ଖୋର୍ଦ୍ଧାରୁ ଜଣେ ରାୟଗଡାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀରରୁ ୨ ମୃତକଙ୍କ ବୟସ ହେଉଛି ୧୮ ବର୍ଷ ଓ ୭୫ ବର୍ଷ । ଭୁବନେଶ୍ୱରରେ ଜଣେ ୯୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସେହିପରି କଟକରେ ୨ ମୃତକଙ୍କ ବୟସ ହେଉଛି ୫୦ ବର୍ଷ ଓ ୬୭ ବର୍ଷ । ଗଂଜାମରେ ବି ୫୦ ବର୍ଷୀୟ ଓ ୭୦ ବର୍ଷୀୟ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧର୍ା ମୃତକଙ୍କ ବୟସ ୬୭ ବର୍ଷ ଥିବା ବେଳେ ରାୟଗଡାରେ କରୋନାରେ ମୃତ୍ୟୁ ହୋଇଥିବା ଆକ୍ରାନ୍ତଙ୍କ ବୟସ ୫୨ ବର୍ଷ ।