ଅଜବ ବାହାଘର । ବରକୁ ୧୬ ବର୍ଷ, କନିଆଁକୁ ୩୨ । ୩ଥର ବିବାହ କଲେଣି ମହିଳା

834

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ସିଙ୍ଗରୌଲିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ୧୬ବର୍ଷ ନାବାଳକକୁ ବିବାହ କରିଛନ୍ତି ୩୨ ବର୍ଷିୀୟା ମହିଳା । ଘଟଣା ଘଟିଛି ସିଙ୍ଗରୌଲିର ଖୁଟାରଚୌକି ଇଲାକାରେ ।

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ମହିଳା ଜଣକ ହେଉଛନ୍ତି ସ୍ୱାମୀ ପରିତ୍ୟକ୍ତା । ଏହା ତାଙ୍କର ତୃତୀୟ ବିବାହ । ଗାଁର ପଞ୍ଚାୟତଙ୍କ ସହମତିରେ ଏହି ବିବାହ ହୋଇଥିବା ମହିଳା ଜଣକ କହିଛନ୍ତି । ହେଲେ ଏହାକୁ ମାନିବାକୁ ନାରାଜ ନାବାଳକଙ୍କ ବାପା । ସେ ନିଜ ପୁଅକୁ ଫେରି ପାଇବାକୁ ପୋଲିସର ଦ୍ୱାରସ୍ଥ ହୋଇଥିଲେ ବି ପୋଲିସ ଆଖିଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ।

ଖୁଟାରର ବାସିନ୍ଦା କମଲେଶ ଶାହାଙ୍କ ପୁଅ ଦ୍ୱାଦଶ ଶ୍ରେଣୀର ଛାତ୍ର । ହେଲେ ତାଙ୍କର ବିବାହ ଜଣେ ୩୨ ବର୍ଷିୟା ମହିଳାଙ୍କ ସହ କରିଦିଆଯାଇଛି । ତାହା ପୁଣି ତାଙ୍କ ଅନିଚ୍ଛା ସେତ୍ତେ୍ୱ । ଗାଁର ସରପଞ୍ଚଙ୍କ ସହମତି କ୍ରମେ ଏହି ବାହାଘର ହୋଇଛି । ନାବାଳକଙ୍କ ବାପା ପୋଲିସଠାରୁ ଆରମ୍ଭ କରି ବାଲ୍ କଲ୍ୟାଣ ସମିତି ପର୍ଯ୍ୟନ୍ତ ସବୁଠି ଅଭିଯୋଗ କରିସାରିଲେଣି । ଶେଷରେ ସିଙ୍ଗରୌଲି ଜିଲ୍ଲାପାଳ ରଂଜୀବ ରଞ୍ଜନ ମୀନା ଏସଡିଏମଙ୍କ ସହ ମିଶି ଏକ ଟିମ୍ ଗଠନ କରି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ମହିଳା ଜଣକ ୭ ବର୍ଷ ପୂର୍ବେ ବିବାହ କରିଥିଲେ । ବିବାହର ବର୍ଷକ ପରେ ସ୍ୱାମୀଙ୍କୁ ଛାଡି ଅନ୍ୟତ୍ର ବିବାହ କରିଥିଲେ । ସେଠାରେ ବି ତିଷ୍ଠି ପାରିନଥିଲେ । ଏବେ ନାବାଳକଙ୍କୁ ବିବାହ କରି ତାଙ୍କୁ ଛାଡିବାକୁ ନାରାଜ ।