କନକ ବ୍ୟୁରୋ: କୋଇଡ଼ାର ଏକ ଛାତ୍ରୀ ଅବାସିକ ବିଦ୍ୟାଳୟରେ ୩୨ ଛାତ୍ରୀ ଅସୁସ୍ଥ । ଗତକାଲି ବୁଧବାର ଏବଂ ଛୁଟି ଥିବାରୁ ମାଂସ ରନ୍ଧା ଖାଇଥିଲେ ଛାତ୍ରୀ । ଏହାର କିଛି ସମୟ ପରେ ଛାତ୍ରୀ ମାନଙ୍କ ପେଟ ଖରାପ ହେବା ସହ ଝାଡ଼ା ହୋଇଥିଲା । ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ଛାତ୍ରୀ ମାନଙ୍କୁ କେ.ବଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ପିଲାଙ୍କ ଚିକିତ୍ସା ଚାଲିଥିବା ବେଳେ ଧିରେ ଧିରେ ସେମାନେ ସୁସ୍ଥ ହେଉଥିବା ଜଣାପଡ଼ିଛି । କୋଇଡ଼ା ବ୍ଲକ ସୋୟମ୍ବା ପଞ୍ଚାୟତ ସୋୟମ୍ବା ଆବାସିକ ବିଦ୍ୟାଳୟରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଛାତ୍ରୀମାନଙ୍କ ରହିବା ରୁମରେ ବାୟୁ ଚଳାଚଳ ଠିକ୍ ଭାବେ ହେଉନଥିବାରୁ ଡିହାଇଡ଼୍ରେସନ୍ ଯୋଗୁଁ ଏଭଳି ହୋଇଥିବା କହିଛନ୍ତି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ । ତୁରନ୍ତ ୭ଟି କୁଲରର ବ୍ୟବସ୍ଥା କରାଯାଇଛି । ସମସ୍ତ ଛାତ୍ରୀଙ୍କ ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ କୋଭିଡ଼ ଟେଷ୍ଟ କରାଯାଇଛି ।

Advertisment