ରାଜଧାନୀରୁ ଆଜି ଚିହ୍ନଟ ହେଲେ ୩୨ ପଜିଟିଭ୍ ଚିହ୍ନଟ । ଆକ୍ରାନ୍ତଙ୍କ ଭିତରେ ୨୬ ଜଣ ସ୍ଥାନୀୟ ସଂକ୍ରମିତ ।

129

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରକୁ ଏବେ ଡରାଇବାରେ ଲାଗିଛି ଭୂତାଣୁ । କାହିଁକି ନା ଲଗାତାର ଭାବେ ରାଜଧାନୀର ବିଭିନ୍ନ ଅଂଚଳରୁ ଏକାଧିକ ଲୋକାଲ୍ କେସ୍ ସାମ୍ନାକୁ ଆସିବାରେ ଲାଗିଛି । କେବଳ ଆଜି ରାଜଧାନୀରୁ ୩୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ଭିତରେ ରହିଛନ୍ତି ମୋଟ ୨୬ ଜଣ ସ୍ଥାନୀୟ ସଂକ୍ରମିତ ।

ବିଏମସିର ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟା ଭିତରେ ରାଜଧାନୀର ବିଭିନ୍ନ ଅଂଚଳରୁ ମୋଟ ୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଭିତରୁ ୨୬ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ ବାକି ୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ବିଶେଷକରି ରାଜଧାନୀର ଝାରପଡା, ଚନ୍ଦ୍ରଶେଖରପୁର, ଗଜପତି ନଗରରୁ ଏକାଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜଧାନୀରେ ଏବେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୪୧କୁ ବୃଦ୍ଧି ପାଇଛି । ଏହାସହ ଆଜି ଭୁବନେଶ୍ୱରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମସି ରିପୋର୍ଟ ଦେଇଛି ।