କେନ୍ଦୁଝରରେ ଅଭାବନୀୟ ଘଟଣା । ବଜ୍ରାଘାତରେ ୩୨ ଗୋରୁ ଓ ୩୬ ମେଣ୍ଢା ମୃତ, ଅଳ୍ପକେ ବର୍ତ୍ତିଲେ ଗୋରୁଚରାଳି ।

372

କନକ ବ୍ୟୁରୋ : ବାଂଶପାଳ ବ୍ଲକରେ ବଜ୍ରାଘାତ ଘଟି ବିଭିନ୍ନ ସ୍ଥାନରେ ଗୋରୁ ଓ ମେଣ୍ଢା ମୁତ୍ୟୁବରଣ କରିଛନ୍ତି । ଆଜି ଦିନ ବେଳା କାଦକଳା ଗ୍ରାମରେ ଆନନ୍ଦ ଦେହୁରୀ ଜଂଗଲରେ ଗାଈ ଚରାଉଥିବା ବେଳେ ଝିପି ଝିପି ବର୍ଷା ହୋଇଥିଲା । ଏହି ସମୟରେ ଗୋରୁପଲ ଏକ ଜାମୁ ଗଛ ମୂଳରେ ଆଶ୍ରୟ ନେଇଥିଲେ । ହଠାତ ବଜ୍ରପାତ ହୋଇଥିଲା । କାଦକଳା ଗ୍ରାମରେ ବଜ୍ରପାତରେ ୩୦ଟି ଗାଈ, ବଳଦ ଓ ୩୬ଟି ମେଣ୍ଢାର ମୁତ୍ୟୁ ହୋଇଥିବା ବେଳେ ଭାଲିଆଡାଳ ଗ୍ରାମରେ ମଧ୍ୟ ୨ଟି ଗୋରୁ ପ୍ରାଣ ହରାଇଛନ୍ତି ।

କାଦକଳା ଗ୍ରାମର ବେଣୁ ଠାକୁରଙ୍କ ୫ଟି, ନଟବର ବେହେରାଙ୍କ ୧୦ଟି, ଚେମଣା ବେହେରାଙ୍କ ୫ଟି, କୀର୍ତ୍ତନ ବେହେରାଙ୍କ ୫ଟି, ନିତ୍ୟାନନ୍ଦ ବେହେରାଙ୍କ ୫ଟି ଗାଈ, ବଳଦ ଓ ଛୋଟ ବାଛୁରୀ, ବାଡ଼ିଆ ବେହେରାଙ୍କ ୧୮ଟି ମେଣ୍ଢା, ପ୍ରଫୁଲ୍ଲ ବେହେରାଙ୍କ ୧୮ଟି ମେଣ୍ଢା ପ୍ରାଣ ହରାଇଥିବା ବେଳେ ଭାଲିଆ ଡାଳ ଗ୍ରାମର ପଦ୍ମ ନାଏକଙ୍କ ୨ଟି ଗୋରୁ ଘର ନିକଟରେ ଚରୁଥିବା ସମୟରେ ହଠାତ ବଜ୍ରାପାତ ଘଟି ପ୍ରାଣ ହରାଇଛନ୍ତି ।

ତେବେ ଗୋରୁ ଚରାଳି ଆନନ୍ଦ ଦେହୁରୀ ଦୌଡ଼ି ପଳାଇବାରୁ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ଏତେ ସଂଖ୍ୟାରେ ଗୋରୁ ପ୍ରାଣ ହରାଇଥିବାରୁ ଚାଷୀ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଖବର ପାଇ ବାଂଶପାଳ ତହସିଲଦାର ସପନ କୁମାର ସାହୁ ପଂହଁଚି କ୍ଷତିଗ୍ରସ୍ଥ ଚାଷୀଙ୍କୁ ବୁଝା ସୁଝା କରିବା ସହିତ ଘଟଣାର ଅନୁଧ୍ୟାନ କରୁଛନ୍ତି । ପ୍ରାଣୀ ଚିକିତ୍ସା ଅଧିକାରୀ ପହଞ୍ଚିବା ପରେ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି । ତେବେ ଅସହାୟ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।