କନକ ବ୍ୟୁରୋ: ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତଥା ୮ମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି । ଯେଉଁଥିରେ ୨୭ଟି ବିଭାଗରେ ଚଳଚ୍ଚିତ୍ର ପୁରସ୍କାର ଦିଆଯିବା ସହିତ ୨୦ଟି ବିଭାଗରେ ଟେଲି ପୁରସ୍କାର ପ୍ରଦାନ କରାଯାଇଛି । ତେବେ ୨୦୧୯ ବର୍ଷ ପାଇଁ ଘନଶ୍ୟାମ ମହାପାତ୍ର ପାଇବେ ଜୟଦେବ ସମ୍ମାନ । ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ସହିତ ତାଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯିବ ।
୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ନୀଳମାଧବ ପଣ୍ଡାଙ୍କ ପ୍ରଯୋଜିତ କାଲିର ଅତୀତ ଫିଲ୍ମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଘୋଷଣା କରାଯାଇଛି । ଏହା ସହିତ ନୀଳମାଧବ ପଣ୍ଡା ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମଧ୍ୟ ମନୋନୀତି ହୋଇଛନ୍ତି । ସେହିପରି ସରୋଜ ପରିଡାଙ୍କୁ ଶ୍ରେଷ୍ଠ ଅଭିନେତା ଓ କାବ୍ୟା କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏବଂ କପିଳେଶ୍ୱର ପ୍ରସାଦ ମହାପାତ୍ରଙ୍କୁ ଶଲାବୁଢାର କାହାଣୀ ପାଇଁ ଶ୍ରେଷ୍ଠ କାହାଣୀ ପୁରସ୍କାର ଘୋଷଣା କରାଯାଇଛି । ସେହିପରି ସ୍ୱୟମ୍ ପାଢୀ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଓ ଦୀପ୍ତିରେଖା ପାଢୀ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ମନୋନୀତ ହୋଇଛନ୍ତି ।
୮ମ ରାଜ୍ୟ ଟେଲି ପୁରସ୍କାର ଘୋଷିତ
କାଳିଆ କରୁଛି ଲୀଳା ଶ୍ରେଷ୍ଠ ଟେଲି ଫିଲ୍ମ#Odisha#KanakNewspic.twitter.com/vfUKWmbieu— Kanak News (@kanak_news) November 5, 2021
ଅନ୍ୟପଟେ କାଳିଆ କରୁଛି ଲୀଲାକୁ ଶ୍ରେଷ୍ଠ ଟେଲି ଫିଲ୍ମ ଭାବେ ମନୋନୀତ କରାଯାଇଛି । ତାସହିତ ସରଗମକୁ ଶ୍ରେଷ୍ଠ ଟେଲି ସିରିଏଲ, ଚଣ୍ଡୀ ପରିଜାଙ୍କୁ ଶ୍ରେଷ୍ଠ ଟେଲି ନିର୍ଦ୍ଦେଶକ ଭାବେ ଘୋଷଣା କରାଯାଇଛି । ଦେବାଶିଷ ପାତ୍ରଙ୍କୁ କାଳିଆ କରୁଛି ଲୀଳା ପାଇଁ ଶ୍ରେଷ୍ଠ ଅଭିନେତା, ଲିପ୍ସା ମିଶ୍ରଙ୍କୁ ଶ୍ରେଷ୍ଠ ଟେଲି ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/9-7.jpg)