କୋଣାର୍କ ମୁକ୍ତ ଆକାଶ ରଙ୍ଗ ମଂଚରେ କୋଣାର୍କ ମହୋତ୍ସବ ଉଦଘାଟିତ : ପ୍ରଥମ ସଂନ୍ଧ୍ୟାରେ ମନୋମୋହିଲା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ନୃତ୍ୟ ପରିବେଶଣ

ଚନ୍ଦ୍ରଭାଗା ବେଳାଭୂମିରେ ମଧ୍ୟ ଚାଲିଛି ଅନ୍ତଜାର୍ତିକ ବାଲୁକା କଳା ପ୍ରଦର୍ଶନ

72

କନକ ବ୍ୟୁରୋ :  କୋଣାର୍କ ମୁକ୍ତ ଆକାଶ ରଙ୍ଗ ମଂଚରେ ଉଦଘାଟିତ ହୋଇଛି ଶାସ୍ତ୍ରିଏ ନୃତ୍ୟର ମହାକୁମ୍ଭ କୋଣାର୍କ ମହୋତ୍ସବ । ସାସ୍କୃତିକ କାର୍ଯ୍ୟକ୍ରମରେ ଗତକାଲି ସଂଧ୍ୟାରେ ଝଲସୁଥିଲା ଅକ୍ରକ୍ଷେତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ଼ିଜିଟାଲ ମୋଡରେ ଶୁଭ ଉଦଘାଟନ କରିଛନ୍ତି । ସେହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।

ପ୍ରଥମ ସଂଧ୍ୟାରେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମି ନଟରାଜ ଶିବ ଶଙ୍କରଙ୍କ ଅର୍ଚ୍ଚନାରେ ପ୍ରସ୍ତୁତ ଶିବମ୍ ଧୀମନ୍ଦୀକୁ ନିଖୁଣ ଭାବେ ମଂଚରେ ପରିବେଷଣ କରିଥିଲେ । ସେହିପରି କରୋନା କଟକଣାରେ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତଜାର୍ତକ ବାଲୁକା କଳା ମହୋତ୍ସବ ଅନୁଷ୍ଠିତ ହୋଇଛି । ପ୍ରଥମ ଦିନରେ କରୋନା ସଚେତନତା ନେଇ ଶିଳ୍ପୀମାନେ ବାଲୁକା କଳା ପ୍ରଦର୍ଶନ କରିଥିଲେ । ଚଳିତ ବର୍ଷ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ୨୦ଟି ଷ୍ଟଲ ଖୋଲା ଯାଇଛି ।