ଦାମନଯୋଡିରେ ନଷ୍ଟ କରାଗଲା ୩୧୭୦ କେଜିର ଗଞ୍ଜେଇ: ମେସିନରେ ଭରି ଗଞ୍ଜେଇ ଜାଳିଦେଲା ପୋଲିସ

202

କନକ ବ୍ୟୁରୋ: ମାଲଖାନାର ମହଜୁଦ ଗଞ୍ଜେଇ ନଷ୍ଟ କରାଯାଇଛି । ନବରଙ୍ଗପୁର ଜିଲ୍ଲାର ୪ଟି ଥାନା ପକ୍ଷରୁ ଜବତ ହୋଇଥିବା ୩୧୭୦ କିଲୋ ଗଞ୍ଜେଇକୁ ନଷ୍ଟ କରିବାରେ ସଫଳ ହୋଇଛି ପୁଲିସ । ଦାମନଯୋଡ଼ିରେ ପ୍ରାୟ ୩୧୭୦ କିଲୋ ଗଞ୍ଜେଇ ନଷ୍ଟ ହୋଇଛି । ପୂର୍ବରୁ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର, କୋଷାଗୁମୁଡା, ଖାତିଗୁଡା ଓ ପାପଡାହାଣ୍ଡି ଥାନାରେ ଥିବା ୩୧୭୦ କିଲୋ ଗଞ୍ଜେଇ ଜବତ ହୋଇ ରହିଥିଲା । ଏହି ଗଞ୍ଜେଇ ନଷ୍ଟ କରିବା ପାଇଁ ଥାନା ଗୁଡ଼ିକ ପକ୍ଷରୁ କୋର୍ଟରୁ ଅନୁମତି ଲୋଡ଼ା ଯାଇଥିଲା । କୋର୍ଟରୁ ଅନୁମତି ମିଳିବା ପରେ ଅବକାରୀ ବିଭାଗ, ଜଣେ ଡେପୁଟି କଲେକ୍ଟର , ଜଣେ ଡିଏସ୍ପିଙ୍କୁ ନେଇ ଏକ ଡିଡିସି କମିଟିର ଅନୁମତି ନିଆଯାଇଥିଲା । ସମସ୍ତ ଅନୁମତି ମିଳିବା ପରେ ଗଞ୍ଜେଇ ସବୁ ନଷ୍ଟ କରାଯାଇଛି ।