ଆଜି ଭୁବନେଶ୍ୱରରୁ ୩୧୭ ଆକ୍ରାନ୍ତ ଚିହ୍ନଟ । ସୁସ୍ଥ ହୋଇ ଘରକୁ ଫେରିଲେ ୩୧୨ 

95

କନକ ବ୍ୟୁରୋ : ଆଜି ଭୁବନେଶ୍ୱରରୁ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୩୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିଛିଦିନ ହେବ ଭୁବନେଶ୍ୱରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଥିଲେ । ହେଲେ ଆଜି ସୁସ୍ଥଙ୍କଠାରୁ ଆକ୍ରାନ୍ତ ଅଧିକ ରହିଛନ୍ତି ।

ଆଜି ରାଜ୍ୟରେ ୩ ହଜାର ୯୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିରୁ ଖୋର୍ଦ୍ଧାରୁ ୮୧୮ ଜଣ ଖୋର୍ଦ୍ଧାରୁ ରହିଥିଲେ । ତେବେ ଖୋର୍ଦ୍ଧାରୁ ୮୧୮ ମଧ୍ୟରୁ ଭୁବନେଶ୍ୱରରୁ ୩୧୭ ଜଣ ରହିଛନ୍ତି । ଏହି ସଂଖ୍ୟାକୁ ଦେଖିଲେ ଅନୁମାନ କରିହେବ ଯେ ରାଜଧାନୀରେ ସଂକ୍ରମଣ ସ୍ଥିର ରହିଛି ।

ଏହାସହ ଭୁବନେଶ୍ୱରରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୮୫୫ରେ ପହଞ୍ଚିଛି । ସେହିପରି ୧୭ ହଜାର ୧୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ୮୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ହଜାର ୫୭୬ ଜଣ ସକ୍ରିୟ ରହିଛନ୍ତି ।