କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ବଢୁଛି କରୋନା ସଂକ୍ରମଣ । ଆଜି ପୁଣି ୩୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୬୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୪୫ ଜଣ ଲୋକାଲ କେସ ବୋଲି ଜଣାପଡିଛି । ଏହାସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୮୯୦ରେ ପହଞ୍ଚିଛି ।
ଆଚାର୍ଯ୍ୟ ବିହାର, ବଡଗଡ, ବରମୁଣ୍ଡା, ବିଜେବି ନଗର, ଚନ୍ଦ୍ରଶେଖରପୁର, ଚିନ୍ତାମଣିଶ୍ୱର, ମଞ୍ଚେଶ୍ୱର, ଜାଗମରା କଳ୍ପନା ଛକ, ପାତ୍ର ପଡା, ଖଣ୍ଡଗିରି, ଶୈଳଶ୍ରୀ ବିହାର ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଭୁବନେଶ୍ୱରରେ କରୋନା ସଂଖ୍ୟା ଚିନ୍ତାଜନକ ହୋଇଛି ।
ସେପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ଏହାସହ ରାଜ୍ୟକୁ ପୁଣି କରୋନା କଟକଣା ଫେରିଛି । ଯାହାକି ରାଜ୍ୟ ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛି । ହେଲେ ଏହାପୂର୍ବରୁ ସରକାର ଆଗୁଆ ପଦକ୍ଷେପ ନେବାକୁ ସଜାଗ ରହିଛନ୍ତି ।