ଇଣ୍ଡିଆ ସ୍କିଲ ରିପୋର୍ଟରେ ଆସିଲା ଉଦବେଗଜନକ ସତ୍ୟ : ରାଜ୍ୟରେ ୩୧ପ୍ରତିଶତ ଛାତ୍ର ନିଯୁକ୍ତି ପାଇଁ ଅଯୋଗ୍ୟ

ଇଂରାଜୀ ଭାଷା ଜ୍ଞାନ ଓ କମ୍ପ୍ୟୁଟର ଦକ୍ଷତାରେ ଆସାମା ଓ ମଧ୍ୟପ୍ରଦେଶ ପଛରେ ଓଡ଼ିଶା

392

କନକ ବ୍ୟୁରୋ : ରାଜ୍ୟର ୩୧% ଛାତ୍ରଛାତ୍ରୀ ନିଯୁକ୍ତି ପାଇଁ ଅଯୋଗ୍ୟ । ଅର୍ଥାତ ସେମାନେ ଯେଉଁ ଦକ୍ଷତା ଆହରଣ କରିଛନ୍ତି ତାହା ଭଲ ଚାକିରୀ ପାଇଁ ପର୍ଯାପ୍ତ ନୁହେଁ । ଦି ଇଣ୍ଡିଆ ସ୍କିଲଡ ରିପୋର୍ଟ ୨୦୨୧ରେ ଏଭଳି ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଛି । ଇଂରାଜୀ ଭାଷା ହେଉ କିମ୍ବା କମ୍ୟୁଟର ଦକ୍ଷତା-ଆସାମ ଓ ମଧ୍ୟପ୍ରଦେଶଠାରୁ ଓଡିଶା ପଛରେ ରହିଛି । ଇଂରାଜୀ ଦ୍ୱିତୀୟ ଭାଷା ଭାବେ ପ୍ରଚଳିତ ରାଜ୍ୟଗୁଡିକ ମଧ୍ୟରେ ଓଡିଆଙ୍କ ଦକ୍ଷତା କମ ନୁହନ୍ତି ।

ଏଥିରେ ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କେରଳ, ତେଲେଙ୍ଗାନା, ଆସାମ, ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ ଓ ପଶ୍ଚିମବଙ୍ଗ ପ୍ରଥମରୁ ଦଶମ ସ୍ଥାନରେ ରହିଛନ୍ତି । ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ ପାଇଁ ଚଳତବର୍ଷ ବଜେଟରେ ଶହେ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାସତ୍ୱେ ରାଜ୍ୟର ଛାତ୍ରଙ୍କ ଦକ୍ଷତା ସମ୍ପର୍କିତ ଇଣ୍ଡିଆ ସ୍କିଲସ ରିପୋର୍ଟ ଚିନ୍ତା ବଢାଇଛି । ନିଯୁକ୍ତି ଦକ୍ଷତା ଥିବା ପ୍ରମୁଖ ୧୦ଟି ରାଜ୍ୟରେ ଓଡିଶାର ସ୍ଥାନ ନାହିଁ ।

ଏଥିରେ ମହାରାଷ୍ଟ୍ରର ପ୍ରଥମ ସ୍ଥାନରେ ଅଛି । ସେହିଭଳି ଦକ୍ଷତା ଉପଲବ୍ଧତାକୁ ନେଇ ପ୍ରସ୍ତୁତ ହୋଇଥିବା ରାଜ୍ୟଗୁଡିକ ପାହ୍ୟାରେ ଓଡିଶା ଶୀର୍ଷ ୧୦ରେ ସ୍ଥାନ ପାଇପାରିନାହିଁ । ଏହି ରିପୋର୍ଟକୁ ଭାରତୀୟ ଶିଳ୍ପ ମହାଂସଘ ସିଆଇଆଇ, ଏଆଇସିଟିଇ ଏବଂ ୟୁଏନଡିପି ସହ ମିଶି ହ୍ୱିବକ୍ସ ପ୍ରସ୍ତୁତ କରିଛି । ଦେଶର ୬୫ ହଜାର ଛାତ୍ରଛାତ୍ରୀ ଏବଂ ୧୫ ପ୍ରକାର ଶିଳ୍ପର ୧୫୦ଟି କମ୍ପାନୀକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।