ଝଡ-ତୋଫାନରେ ଅନେକ ରାଜ୍ୟରେ ପ୍ରବଳ କ୍ଷୟକ୍ଷତି : ୩୧ ମୃତ, ଆଜି ବି ଝଡବର୍ଷା ଚେତାବନୀ

Advertisment
୨୪ ଘଣ୍ଟା ମଧ୍ୟରେ ୧୨ ଟି ଜିଲ୍ଲାକୁ ବଜ୍ରପାତ ଆଶଙ୍କା : ସତର୍କ କଲା ପାଣିପାଗ ବିଭାଗ

source : Aajtak

କନକ ବ୍ୟୁରୋ : ଉତ୍ତର ଓ ପଶ୍ଚିମ ଭାରତର ବିଭିନ୍ନ ସହରରେ ପ୍ରବଳ ଝଡ ତୋଫାନରେ ୩୧ ଜଣ ପ୍ରାଣ ହରାଇଛନ୍ତି । ଗୁଜରାଟ ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ପ୍ରବଳ ଝଡ-ତୋଫାନ ସହ କୁଆପଥର ମାଡ ହୋଇଛି । ରାଜସ୍ଥାନରେ ୯ ଜଣ ପ୍ରାଣ ହରାଇଥିବାବେଳେ ମଧ୍ୟପ୍ରଦେଶରେ ୧୩ ଜଣ ପ୍ରାଣ ହରାଇଛନ୍ତି । ଆଜି ବି ଅଧିକାଂଶ ସ୍ଥାନରେ ଝଡ-ତୋଫାନର ଚେତାବନୀ ଦେଇଛି ପାଣିପାଗ ବିଭାଗ । ମଧ୍ୟପ୍ରଦେଶର ଝାବୁଆ ଓ ଅନ୍ୟାନ୍ୟ ଅଂଚଳରେ ହଠାତ ପାଣିପାଗରେ ପରିବର୍ତ୍ତନ ହୋଇଥିଲା ।

ଝଡତୋଫାନ ସହ କୁଆପଥର ମାଡ ହୋଇଥିଲା । ଲୋକେ ଆତଙ୍କିତ ହୋଇପଡିଥିଲେ । ରାଜସ୍ଥାନରେ ବି ୯ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଉଦୟପୁରରେ ୮ ଶହରୁ ଅଧିକ ପୋଲ ଭାଙ୍ଗିଯାଇଥିବାବେଳେ ୭୦ରୁ ଅଧିକ ଟ୍ରାନ୍ସଫର୍ମର ନଷ୍ଟ ହୋଇଛି । ଗୁଜରାଟରେ ୯ ଜଣ ପ୍ରାଣ ହରାଇଥିବାବେଳେ ବ୍ୟାପକ ଫସଲ ନଷ୍ଟ ହୋଇଛି । ବିଶେଷକରି ଅହମଦାବାଦ, ରାଜକୋଟ, ବନାସକାଂଟା, ଆନନ୍ଦ ଓ ଖେରାରେ ଅଧିକ କ୍ଷୟକ୍ଷତି ହୋଇଛି । ଆଜି ବି ଝଡତୋଫାନର ଆଲର୍ଟ ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe