ଓଡ଼ିଶାକୁ ଆଶ୍ୱସ୍ତି, ଯାଜପୁର ପାଇଁ ଭଲ ଖବର । ଜିଲ୍ଲାରୁ ଏକାଥରେ ସୁସ୍ଥ ହେଲେ ୩୧ ଆକ୍ରାନ୍ତ, ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୧୬କୁ ବୃଦ୍ଧି ।

1,473

କନକ ବ୍ୟୁରୋ: ଓଡ଼ିଶାକୁ ଆଶ୍ୱସ୍ତି ଓ ଯାଜପୁର ପାଇଁ ଭଲ ଖବର । ଜିଲ୍ଲାରୁ ଏକାଥରେ ସୁସ୍ଥ ହେଲେ ୩୧ ଜଣ ଆକ୍ରାନ୍ତ । ଏହି ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ଯାଜପୁର ଜିଲ୍ଲାରେ ମୋଟ୍ ୩୩ ଜଣ ସୁସ୍ଥ ହୋଇଛନ୍ତି । ପୂର୍ବରୁ ଜିଲ୍ଲାରେ ୨ ଜଣ ସୁସ୍ଥ ହୋଇଥିଲେ । ତେବେ ଏବେ ଯାଜପୁରରେ ସକ୍ରିୟ ସଂଖ୍ୟା ୩୧ ରହିଛି । ଅନ୍ୟପଟେ ୩୧ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୧୧୬କୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ସେପଟେ ଓଡ଼ିଶାରେ ଏଯାବତ୍ ମୋଟ୍ ୪୩୭ଟି ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୧୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ଏବେ ରାଜ୍ୟରେ ମୋଟ୍ ସକ୍ରିୟ ସଂଖ୍ୟା ୩୧୮ ରହିଥିବାବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି ।