କନକ ବ୍ୟୁରୋ : ଅଧରାତିର ଆତଙ୍କ । ରାଜଧାନୀର ଛାତି ଉପରେ ଯୁବକଙ୍କ ଉତ୍ପାତ ଘଟଣା ନେଇ ୩୦ରୁ ଅଧିକ ଯୁବକଙ୍କୁ ଅଟକ ରଖିଛି ଚନ୍ଦ୍ରଶେଖର ପୁଲିସ । ଏଥିରେ ଏକାଧିକ ଫେରାର ହୋଇଯାଇଛନ୍ତି । ଏହି ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ବହୁ ପୁରୁଣା ଦାଗି ଓ ଜେଲ୍ ଫେରନ୍ତା । ଭୁବନେଶ୍ୱରର ଏକ କ୍ଲବ ଆଗରେ ରକ୍ତ ଚରିତ୍ର ରିଟର୍ନସ ନାରା ଦେଇ, ୩୦ରୁ ଅଧିକ ଯୁବକ ଗଣ୍ଡଗୋଳ କରିଥିଲେ ।
ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁସାରେ, ଗତରାତି ଠିକ୍ ୧୨ଟାରେ କିଛି ଯୁବକ ଆସି ଏହି କ୍ଲବକୁ ଯିବା ପାଇଁ କହିଥିଲେ । କିନ୍ତୁ ଭିତରେ ଫ୍ୟାମିଲି ଥିବାରୁ ସନ୍ଦେହଜନକ ଅବସ୍ଥାରେ ଥିବା ଏହି ଯୁବକଙ୍କୁ ଭିତରକୁ ଛାଡ଼ି ନଥିଲେ ସିକ୍ୟୁରିଟି ଗାର୍ଡ । ଯାହାକୁ ନେଇ ଏହି ଯୁବକମାନେ ଉତକ୍ଷୀକ୍ତ ହୋଇଯାଇଥିଲେ । ପରେ ସାଙ୍ଗରେ ୩୦ରୁ ଅଧିକ ଯୁବକଙ୍କୁ ଆଣି ଗଣ୍ଡଗୋଳ କରିଥିଲେ । ବଡ଼ କଥା ହେଉଛି ଏହି ସବୁ ଘଟିଥିଲା, ପୁଲିସର ସାମ୍ନାରେ । ଏନେଇ ଥାନାରେ ଅଭିଯୋଗ ହୋଇଛି ।