ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଉଛନ୍ତି ଅଧିକ । ଆଜି ୩୦୬ ପଜିଟିଭ, ୫୦୬ ସୁସ୍ଥ

89

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି । ଆଜି ଭୁବନେଶ୍ୱରରୁ ମୋଟ ୩୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୬ ଜଣ ସୁସ୍ଥ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୩ କ୍ୱାରେଣ୍ଟାଇନ ଓ ୧୮୩ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି ।

ଆଜି ଖୋର୍ଦ୍ଧାରୁ ୬୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏଥିମଧ୍ୟରୁ ଭୁବନେଶ୍ୱରରୁ ୩୦୬ ଜଣ ରହିଥିଲେ । ସେହିପରି ୭୯୬ ଜଣ ଆଜି ସୁସ୍ଥ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୫୦୬ ଜଣ ରହିଛନ୍ତି ।

ଏହାସହ ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮, ୮୯୮ରେ ପହଞ୍ଚିଛି । ସେହପରି ୧୪,୯୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏଯାଏଁ ୩ ହଜାର ୮୭୪ ଜଣ ସକ୍ରିୟ ରହିଛନ୍ତି ।