ସାତ ମାସ ପରେ ଆଜିଠୁ ଖୋଲିଲା ନନ୍ଦନକାନନ । ପ୍ରଥମ ଦିନରେ ଚିଡିଆଖାନା ବୁଲିଲେ ୩୦୬ ପର୍ଯ୍ୟଟକ ।

610

କନକ ବ୍ୟୁରୋ: ଖୋଲୁ ଖୋଲୁ ନନନ୍ଦକାନନ ଗଲେ ୩୦୬ ପର୍ଯ୍ୟଟକ । ଆଜି ପ୍ରଥମ ଦିନରେ ବାରଙ୍ଗ ସ୍ଥିତି ନନ୍ଦନକାନନକୁ ୩୦୬ ଜଣ ପର୍ଯ୍ୟଟକ ଯାଇଥିଲେ । ୨୭୫ ଜଣ ଅଫଲାଇନ ଟିକେଟ ଓ ୩୧ ଜଣ ଅନଲାଇନ ଟିକେଟ କରି ନନ୍ଦନକାନନ ବୁଲିବାକୁ ଯାଇଥିଲେ । କରୋନା ପାଇଁ ଦୀର୍ଘ ୪ ମାସ ବନ୍ଦ ପରେ ଆଜି ଖୋଲିଲା ନନ୍ଦନକାନନ । ପର୍ଯ୍ୟଟକଙ୍କ ପାଇଁ ୪ ତାରିଖରୁ ଖୋଲିବାକୁ ସରକାର ଘୋଷଣା କରିଥିଲେ ।

ତେବେ କରୋନା କାଳରେ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ନନ୍ଦନକାନନ ଚିଡିଆଖାନା । ଆଜି ସକାଳ ୮ ଟାରୁ ଚିଡିଆଖାନା ଖୋଲିଛି । ରବିବାର ଛୁଟି ଦିନରେ ଆଜି ପର୍ଯ୍ୟଟକ ଚିଡିଆଖାନା ବୁଲିବାର ମଜା ନେଇଛନ୍ତି । କରୋନା କଟକଣା ଭିତରେ ପର୍ଯ୍ୟଟକ ଚିଡିଆଖାନା ବୁଲି ଦେଖିଛନ୍ତି । ନନ୍ଦନକାନନ ବୁଲି ଜୀବଜନ୍ତୁ ଦଖିବା ସହ ରାଜ୍ୟ ଉଦ୍ଭିଦ ଉଦ୍ୟାନ ମଧ୍ୟ ବୁଲିଛନ୍ତି ପର୍ଯ୍ୟଟକ । ସୁରକ୍ଷା କାରଣରୁ କର୍ତୁପକ୍ଷ ଚିଡିଆଖାନା ପରିସରକୁ ସାନିଟାଇଜ୍ କରିଛନ୍ତି ।  ଚିଡିଆଖାନା ଭିତରେ ସାମାଜିକ ଦୂରତା ପାଳନ ସହିତ ମାସ୍କ ପିନ୍ଧିବାକୁ କୁହାଯାଇଛି । ପ୍ରବେଶ ପଥରେ ଥର୍ମାଲ ସ୍ତ୍ରିନିଂ କରି ସମସ୍ତଙ୍କୁ ଭିତରକୁ ଛଡାଯାଉଛି । ତେବେ ଦିନକୁ ୧୫୦୦ ଲୋକଙ୍କ ବୁଲିବା ନେଇ ନିୟମ ରହିଛି ।