ଉତ୍ତରାଖଣ୍ଡରେ କେଜ୍ରିୱାଲଙ୍କ ନିର୍ବାଚନ ପ୍ରତିଶ୍ରୁତି । ସରକାରକୁ ଆସିଲେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି

97

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ଘୋଷଣା କରିଛନ୍ତି କି ଯଦି ୨୦୨୨ ରେ ଉତ୍ତରାଖଣ୍ଡରେ ଆପ୍ ର ସରକାର ଆସେ ତେବେ ରାଜ୍ୟରେ ସମସ୍ତଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ କୃଷକଙ୍କୁ ପୁରା ମାଗଣା ବିଜୁଳି ସହ ପୁରୁଣା ବିଜୁଳି ବକେୟା ଛାଡ ଦିଲ୍ଲୀ ଭାଳି ଉତ୍ତରାଖଣ୍ଡରେ ବିଜୁଳି କାଟ ଉପରେ ରୋକ ଲାଗିବ ବୋଲି କେଜ୍ରିୱାଲ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି ।

ଡେରାଡୁନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ଉଭୟ ବିଜେପି ଓ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି ଦୁଇଟି ଚଳିରେ ଗହମ ପେଶି ହେବା ଭଳି ଉତ୍ତରାଖଣ୍ଡର ଜନତା ଦୁଇଟି ରାଜନୈତିକ ଦଳର ଶାସନ କାଳରେ ପେଶି ହୋଇଯାଇଛନ୍ତି । ବିଜେପିକୁ ଟାର୍ଗେଟ କରି କହିଛନ୍ତି କି କ୍ଷମତାରେ ଥିବା ଦଳ ପାଖରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହାନ୍ତି ତେଣୁ ପାଳି କରି ଜଣେ ପରେ ଜଣେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳୁଛନ୍ତି ।

ଅନ୍ୟପଟେ କ୍ଷମତାରେ ଥିବା ସରକାରକୁ ଟାର୍ଗେଟ କରି କହିଛନ୍ତି କି ଉତ୍ତରାଖଣ୍ଡ ରାଜ୍ୟରେ ପ୍ରବଳ ବିଜୁଳି ଉତ୍ପଦନ କରାଯାଉଛି । ରାଜ୍ୟ ବି ଅନ୍ୟ ରାଜ୍ୟ ମାନଙ୍କୁ ବିଜୁଳି ବିକୁଛି । ହେଲେ ନିଜ ରାଜ୍ୟର ଲୋକଙ୍କୁ ଏତେ ଚଢାଦରରେ ବିଜୁଳି ବିକି ଲୋକଙ୍କୁ ଶୋଷଣ କରୁଛି ।

ଉତ୍ତରାଖଣ୍ଡ ବିଜୁଳିମନ୍ତ୍ରୀଙ୍କ ଘୋଷଣାକୁ କେଜ୍ରିିୱାଲ ପ୍ରଧାନମନ୍ତ୍ରୀଙ୍କ ୧୫ ଲକ୍ଷ ଘୋଷଣା ସହ ତୁଳନା କରି କହିଛନ୍ତି କି ନିର୍ବାଚନ ଜିତିବା ପରେ ତାଙ୍କ ବଡନେତାଙ୍କ ଭଳି ଏହାକୁ ନିର୍ବାଚନୀ ପ୍ରତିଶ୍ରୁତି ବୋଲି କହି ପ୍ରତିଶ୍ରୁତିରୁ ଉହୁରିଯିବେ ।