କୋଭିଡ ଟେଷ୍ଟ ନକରାଇ ବିମାନବନ୍ଦରରୁ ଖସିଗଲେ ୩ ଶହ ଯାତ୍ରୀ । ଏତଲା ଦେବାକୁ ପ୍ରସ୍ତୁତ ହେଉଛନ୍ତି ବିମାନବନ୍ଦର କର୍ତ୍ତୁପକ୍ଷ

Advertisment
କୋଭିଡ ଟେଷ୍ଟ ନକରାଇ ବିମାନବନ୍ଦରରୁ ଖସିଗଲେ ୩ ଶହ ଯାତ୍ରୀ । ଏତଲା ଦେବାକୁ ପ୍ରସ୍ତୁତ ହେଉଛନ୍ତି ବିମାନବନ୍ଦର କର୍ତ୍ତୁପକ୍ଷ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ୩ ଲକ୍ଷ ଉପରେ ପହଂଚିଛି । ଏହାରି ଭିତରେ ସରକାର କୋଭିଡ କଟକଣାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ବାହାର ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବିମାନବନ୍ଦରରେ କୋଭିଡ୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ବୁଧବାର ଆସାମର ସିଲଚର ବିମାନବନ୍ଦରରୁ ୩ ଶହ ଯାତ୍ରୀ ବିନା ପରୀକ୍ଷାରେ ଖସିଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ମୁତାବକ ବୁଧବାର ଦିନ ସିଲଚର ବିମାନବନ୍ଦରରେ ୭ ଟି ବିମାନ ଅବତରଣ କରିଥିଲା । ହେଲେ ୬ ଟି ବିମାନରୁ ମୋଟ ୬୯୦ ଜଣ ଯାତ୍ରୀ ଓହ୍ଳାଇଥିଲେ । ହେଲେ ବିମାନବନ୍ଦର କତ୍ତୃପକ୍ଷକ ସୂଚନା ମୁତାବକ ୧୮୯ ଜଣ ଯାତ୍ରୀ ସେମାନଙ୍କ କୋଭିଡ୍ ଟେଷ୍ଟ କରାଇଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ହେଲେ ବାକି ଯାତ୍ରୀ ପରୀକ୍ଷା ନକରାଇ ପଳାଇଯାଇଥିଲେ ।

କାଚର ଜିଲ୍ଲାର ଅତିରିକ୍ତ ଡେପୁଟି କମିସନର ସୁମିତ ସତ୍ତବନଙ୍କ କହିବା ମୁତାବକ, ୪୦ ଜଣ ଯାତ୍ରୀ ଗୁଆହାଟୀରୁ ଆସିଛନ୍ତି କିମ୍ବା ସେମାନେ ଉତ୍ତର-ପୂର୍ବ ରାଜ୍ୟର ଅନ୍ୟ ଗନ୍ତବ୍ୟ ସ୍ଥାନକୁ ଯିବେ ବୋଲି କହି କରୋନା ପରୀକ୍ଷା ନକରାଇ ଚାଲିଯାଇଥିଲେ। ୪ଜଣ ପୁଲିସ କର୍ମଚାରୀ ନିୟୋଜିତ ହୋଇଥିବା ସହ ଯାତ୍ରୀଙ୍କ ପାଇଁ ବସ୍ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେତେକ ବିମାନବନ୍ଦରରୁ ଖସି ପଳାଇବାରେ ସଫଳ ହୋଇଛନ୍ତି। କିନ୍ତୁ, ଯାତ୍ରୀମାନଙ୍କ ବିଷୟରେ ଆମ ପାଖରେ ସମସ୍ତ ବିବରଣୀ ଅଛି, ଯେଉଁମାନେ ନିଜର କୋଭିଡ୍-୧୯ ପରୀକ୍ଷା କରାଇନାହାଁନ୍ତି । ଏବେ ସେମାନଙ୍କ ଠିକଣା ଯାଂଚ କରାଯାଇ ସେମାନଙ୍କୁ ଠାବ କରାଯିବ ଓ ଆବଶ୍ୟକ ପଡିଲେ ସେମାନଙ୍କ ନାମରେ ଏତଲା ଦିଆଯିବ ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe