ଜିଓଫୋନ୍ ବ୍ୟବହାରକାରୀଙ୍କ ପାଇଁ ଖୁସିଖବର । ରିଚାର୍ଜ କରିନଥିଲେ ବି ମାସକୁ ୩୦୦ ମିନିଟ୍ ପର୍ଯ୍ୟନ୍ତ ମାଗଣାରେ ହୋଇପାରିବେ କଥା ।

Advertisment
ଜିଓଫୋନ୍ ବ୍ୟବହାରକାରୀଙ୍କ ପାଇଁ ଖୁସିଖବର । ରିଚାର୍ଜ କରିନଥିଲେ ବି ମାସକୁ ୩୦୦ ମିନିଟ୍ ପର୍ଯ୍ୟନ୍ତ ମାଗଣାରେ ହୋଇପାରିବେ କଥା ।

କନକ ବ୍ୟୁରୋ : ଜିଓଫୋନ୍ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । କରୋନା କାଳରେ ମାସକୁ ୩୦୦ ମିନିଟ୍ ପର୍ଯ୍ୟନ୍ତ ମାଗଣା କଲ କରିବାର ସୁବିଧା ପାଇପାରିବେ ଜିଓଫୋନ୍ ୟୁଜର୍ସ । ବିନା ରିଚାର୍ଜରେ ଜିଓଫୋନ୍ ବ୍ୟବହାରକାରୀ ଦୈନିକ ୧୦ ମିନିଟ୍ ଲେଖାଏଁ ହିସାବରେ ମାସକୁ ମାଗଣା ୩୦୦ ମିନିଟ୍ ପର୍ଯ୍ୟନ୍ତ ସୁବିଧା ପାଇପାରିବେ । ଯାହାଦ୍ୱାରା ମହାମାରୀ ସମୟରେ ଜିଓଫୋନ ବ୍ୟବହାରକାରୀ ଯୋଗାଯୋଗ ଜାରି ରଖିପାରିବେ ।

ମହାମାରୀ ସମୟରେ ଯେଉଁମାନେ ରିଚାର୍ଜ କରିବାକୁ ସକ୍ଷମ ହେଉନାହାନ୍ତି ସେମାନଙ୍କୁ ମାସିକ ୩୦୦ ମିନିଟ୍ ପର୍ଯ୍ୟନ୍ତ ମାଗଣା ଆଉଟଗୋଇଙ୍ଗ କଲ୍ ସୁବିଧା ଦେବ କମ୍ପାନି । ଏହାବାଦ୍ ଜିଓଫୋନ୍ ବ୍ୟବହାରକାରୀମାନେ ରିଚାର୍ଜ କରୁଥିବା ପ୍ରତିଟି ଜିଓଫୋନ୍ ପ୍ଲାନ୍ ସହିତ ସେମାନେ ସମ୍ପୂର୍ଣ୍ଣ ମାଗଣାରେ ସମାନ ମୂଲ୍ୟର ଅତିରିକ୍ତ ରିଚାର୍ଜ ପ୍ଲାନ୍ ପାଇପାରିବେ । ଉଦାହରଣ ସ୍ୱରୂପ, ଜଣେ ଜିଓଫୋନ୍ ଗ୍ରାହକ ୭୫ ଟଙ୍କାର ରିଚାର୍ଜ କଲେ ସେ ଅତିରିକ୍ତ ୭୫ ଟଙ୍କାର ପ୍ଲାନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇବେ । ତେବେ ୧୫ ମେ' ୨୦୨୧ରୁ ଆରମ୍ଭ ହେଉଥିବା ଏହି ସୁବିଧା ଜିଓଫୋନର ବାର୍ଷିକ ପ୍ଲାନ୍ କିମ୍ବା ଜିଓଫୋନ୍ ସହିତ ଆସୁଥିବା ବଣ୍ଡଲଡ୍ ପ୍ଲାନ୍ ପାଇଁ ଲାଗୁ ହେବ ନାହିଁ ।

ମହାମାରୀ ଭଳି ସଙ୍କଟଜନକ ସ୍ଥିତିରେ ପ୍ରତିଟି ଭାରତୀୟଙ୍କ ସହ ଠିଆ ହୋଇ ରହିବାକୁ ରିଲାଏନ୍ସ ପ୍ରତିବଦ୍ଧ ଏବଂ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା କଠିନ ପରିସ୍ଥିତିରୁ ଆଗକୁ ବଢିବା ଲାଗି ଆମ ଦେଶର ନାଗରିକମାନଙ୍କୁ ସକ୍ଷମ କରିବା ଲାଗି କମ୍ପାନି ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe