ନିକଟରେ ସୁପରଷ୍ଟାର ରଜନୀକାନ୍ତ ଏବଂ ବଲିଉଡ୍ ଖିଲାଡି ଅକ୍ଷୟ କୁମାର ସିନେମା ୨.୦ ରିଲିଜ୍ ହୋଇଥିଲା । ସିନେମାର କାହାଣୀ ପକ୍ଷୀମାନଙ୍କ ଅସ୍ତିତ୍ୱକୁ କିଭଳି ସ୍ମାର୍ଟଫୋନ୍ ରେଡିୟାନ୍ସ କମ୍ କରୁଛି ତାହା ଉପରେ ପର୍ଯ୍ୟବେସିତ ଥିଲା । ଯାହାକୁ ହିରୋ ଏବଂ ଭିଲିୟାନ୍ ରୁପେ ଦେଖାଇଲେ ମଧ୍ୟ ଦର୍ଶକ ସିନେମାକୁ ସାମାଜକୁ ପକ୍ଷୀବଂଶ ପ୍ରତି ସତର୍କ ରହିବାର ଏକ ଜାଗୃତ ଚିତ୍ରପଟ କହିଥିଲେ । ଧିରେ ଧିରେ ବିଶ୍ୱ ପ୍ରଗତି ଆଡକୁ ଗତି କରୁଛି ଏବଂ ଏହା ପଥରେ ନେଟୱର୍କ,ଟେକ୍ନୋଲଜିର ବହୁତ ବଡ ହାତ ରହିଛି । କିନ୍ତୁ ଲାଭ କ୍ଷତି ଗୋଟିଏ ମୁଦ୍ରାର ପରିପୂରକ । ଏହି ନେଟୱର୍କ ଯେ ସତରେ ପକ୍ଷୀବଂଶକୁ ନାଶ କରୁଛି ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।
ନିକଟରେ ନେଦରଲ୍ୟାଣ୍ଡରେ ୫ ଜି ସେବାର ଟ୍ରାଏଲ୍ ଚାଲିଥିବା ବେଳେ ଏଭଳି ଏକ ଖବର ଆସିଲା ଯାହା ଅତ୍ୟଧିକ ନେଟୱର୍କ ବ୍ୟବହାର କରୁଥିବା ଲୋକଙ୍କୁ ଚକିତ କରିଦେବ । ପକ୍ଷୀମାନଙ୍କ ପାଇଁ ଏହି ଟେଷ୍ଟିଙ୍ଗ୍ କାଳ ହୋଇ ଆସିଲା ଏବଂ ୩୦୦ ରୁ ଉଦ୍ଧ୍ୱର୍ ପକ୍ଷୀଙ୍କର ଏଥିରେ ଜୀବନ ଚାଲିଗଲା । ନେଦରଲ୍ୟାଣ୍ଡର ହେଗ୍ ନାମକ ଏକ ପାର୍କରେ ୩୦୦ ରୁ ଅଧିକ ପକ୍ଷୀ ଅକାରଣରେ ମରିଯିବା ପରେ ଲୋକଙ୍କ ଧ୍ୟାନ ଏଥିପ୍ରତି ଯାଇଥିଲା । ଜାଞ୍ଚ୍ ପରେ ଜଣା ପଡିଲା ଯେ ପାର୍କ ପାଖ ଡଚ୍ ରେଲୱେ ଷ୍ଟେସନରେ ୫ଜି ନେଟସ୍ୱର୍କର ଟେଷ୍ଟିଙ୍ଗ୍ ହେଉଛି । ଟେଷ୍ଟିଙ୍ଗ୍ ପରେ ପରେ ହିଁ ହଠାତ୍ ପକ୍ଷୀମାନେ ଗଛରୁ ତଳକୁ ଗୋଟିଏ ପରେ ଗୋଟିଏ ପଡି ଛଟପଟ ହୋଇ ମରିଗଲେ । ପୋଖରୀରେ ସନ୍ତରଣ କରୁଥିବା ବତକ ଛଟପଟ ହେବାକୁ ଲାଗିଲେ । ରେଡିଏସନ୍ ରୁ ବଞ୍ଚିବା ପାଇଁ ବାରମ୍ବାର ସେମାନେ ମୁଣ୍ଡକୁ ପାଣି ଭିତରେ ବୁଡାଉଥିଲେ । ଆଉ କିଛି ପକ୍ଷୀ ଏଣେତେଣେ ଉଡିବାକୁ ଲାଗିଲେ ।
ଡଚ୍ ଫୁଡ୍ ଆଣ୍ଡ୍ କଞ୍ଜୁମର୍ ପ୍ରଡକ୍ଟ ସେଫ୍ଟି ଅଥରିଟିର କହିବା ଅନୁସାରେ,ମୃତପକ୍ଷୀଙ୍କୁ ଲ୍ୟାବ୍ ରେ ଟେଷ୍ଟ୍ କରାଗଲା କିନ୍ତୁ ଖାଦ୍ୟରେ କୌଣସି ପ୍ରକାର ବିଷାକ୍ତ ପଦାର୍ଥର ପ୍ରମାଣ ମିଳିଲା ନାହିଁ କିନ୍ତୁ ଆଭ୍ୟନ୍ତରଣୀୟ ରକ୍ତସ୍ରାବ ଯୋଗୁଁ ଏଭଳି ହୋଇଥିବା କଥା ଚିକିତ୍ସକ କହିଥିଲେ ।
Follow Us
/kanak/media/post_attachments/wp-content/uploads/2018/12/1-1543554869-300x225.jpg)
/kanak/media/post_attachments/wp-content/uploads/2018/12/13759deadbirds-300x160.jpg)