ମା’କୁ କାବୁ କରିଥିଲା କରୋନା ମହାମାରୀ : ଏପଟେ ମା’ର ଟିକେ ଝଲକ ଦେଖିବାପାଇଁ ପ୍ରତିଦିନ ପୁଅ ଚଢୁଥିଲା ହସ୍ପିଟାଲ୍ କାନ୍ଥ ; ଝରକା ପାଖେ ଘଣ୍ଟା ଘଣ୍ଟା ଧରି ବସୁଥିଲା , ମା’କୁ ଚାହିଁ ରହୁଥିଲା । ହେଲେ …

928

ଚଳିତ ବର୍ଷ ବିଶ୍ୱରେ ବ୍ୟାପିଥିବା ମହାମାରୀ କରୋନା ଅନେକଙ୍କ ଜୀବନର ମୋଡ଼କୁ ବଦଳାଇଦେଲା । କିଏ ମା’କୁ ହରାଇଲା ତ ଆଉ କିଏ ଭାଇକୁ … ମହାମାରୀର ଏହି ମହାତାଣ୍ଡବରେ ସନ୍ତୁଳିଗଲାଣି ସମ୍ପୁର୍ଣ୍ଣ ବିଶ୍ୱ । ଏପଟେ କରୋନା ମୁକାବିଲାରେ ଜୁଟିଛନ୍ତି ସରକାର , ପ୍ରଶାସନ ଏବଂ କରୋନା ଯୋଦ୍ଧା … ତଥାପି ବି କାବୁ ହୋଇପାରୁନି କୋଭିଡ଼୍ ସଂକ୍ରମଣ ସଂଖ୍ୟା । ପ୍ରତିଦିନ ହୁ’ହୁ ହୋଇ ବଢୁଛି ସଂକ୍ରମଣ , ଆଉ କାଳର କୋଳକୁ ଚାଲିଯାଉଛନ୍ତି ହଜାର ହଜାର ଲୋକ । ମାସ୍କ୍ , ସାମାଜିକ ଦୂରତା , ଲକଡ଼ାଉନ୍-ସଟଡ଼ାଉନର ବର୍ଦ୍ଧିତ ଅବଧି ସବୁକିଛି ଯେମିତି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ପାଲଟିଗଲାଣି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତ ଭିତରେ ବିଶ୍ୱର କୋଣ ଅନୁକୋଣରୁ କିଛି ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଏବେ ଚହଳ ସୃଷ୍ଟି କରୁଛି । ଏହି ସବୁ ଭିଡ଼ିଓ ଲୋକଙ୍କ ମନକୁ ଆନ୍ଦୋଳିତ କରିବା ପାଇଁ ବାଧ୍ୟ କରୁଛି ।

 ଏଭଳି ହିଁ ଏକ ଘଟଣା ଘଟିଛି ସୂଦୁର ପାଲେଷ୍ଟାଇନରେ । ଏଠାରେ କୋଭିଡ଼୍-୧୯ ରେ ଆକ୍ରାନ୍ତ ଜଣେ ୭୩ ବର୍ଷୀୟା ମହିଳା ରଶ୍ମି ସୁୱେତିଙ୍କ କୋଭିଡ଼୍ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ବିଡ଼ମ୍ବନାର ବିଷୟ ଶତଚେଷ୍ଟା କରି ମଧ୍ୟ ଡ଼ାକ୍ତର ତାଙ୍କୁ ବଂଚାଇପାରିଲେ ନାହିଁ । ହେଲେ ଚିକିତ୍ସା ସମୟରେ ସେ ଖୁବ୍ ଚର୍ଚ୍ଚାକୁ ଆସିଥିଲେ । ଚର୍ଚ୍ଚାର ବିଷୟ ଥିଲେ ତାଙ୍କର ୩୦ ବର୍ଷୀୟ ପୁଅ ଜିହାଦ୍-ଅଲ୍-ସୁୱେତି ।

ହେମ୍ବ୍ରମ୍ ଷ୍ଟେଟ୍ ହସ୍ପିଟାଲର ଆଇସିୟୁରେ ଚିକିତ୍ସୀତ ମା’ଙ୍କୁ ଦେଖାକରିବା ପାଇଁ ଜିହାଦ୍ ପ୍ରତିଦିନ ହସ୍ପିଟାଲର ଟପ୍ ଫ୍ଲୋରକୁ ଚଢୁଥିଲେ । ହେଲେ ଲିଫ୍ଟ ସାହାରାରେ ନୁହଁ ହସ୍ପିଟାଲ୍ ପଛ ପାଇପ୍ ଦେଇ ସେ ମା’ଙ୍କ କୋଠରୀ ପାଖକୁ ଲାଗିଥିବା ଝରକାରେ ବସୁଥିଲେ । ଘଣ୍ଟା ଘଣ୍ଟା ସମୟ ଧରି ସେ ଝରକା ପାଖରେ ବସିରହୁଥିଲେ ଏବଂ ମା’ଙ୍କୁ ଦେଖୁଥିଲେ । କୋଭିଡ଼୍ -୧୯ ମହାମାରୀର ଭୟାବହତା ବିଷୟରେ ତାଙ୍କୁ ଅଛପା ନଥିଲା । କରୋନା ସଂକ୍ରମଣ ସାକ୍ଷାତ କରିବା ତ ଦୂରର କଥା ପରିଜନକୁ ଦେଖିବା ପାଇଁ ବି ପରାମର୍ଶ ଦେଇନଥାଏ । ତେଣୁ ମା’ଙ୍କୁ ଟିକେ ଦେଖିବା ପାଇଁ ଜିହାଦ୍ ହସ୍ପିଟାଲ୍ ଫଛପଟ ଝରକାକୁ ପ୍ରତିଦିନ ଚଢୁଥିଲେ । ପିଲାବେଳୁ ବାପା ଛେଉଁଣ୍ଡ ଜିହାଦଙ୍କ ସମ୍ପର୍କୀୟ କହିଲେ ଖାଲି ମା’ । ତେଣୁ ମା’ଙ୍କୁ ଶେଷଥର ପାଇଁ ଟିକେ ଦେଖିବା ପାଇଁ ହସ୍ପିଟାଲ୍ କାନ୍ଥ ଚଢିଯାଉଥିଲା ଏହି ୩୦ ବର୍ଷୀୟ ପୁଅ ।