ନନ୍ଦନକାନନରେ ୩୦ ବର୍ଷୀୟ ଦେଶୀ ଭାଲୁ ବାଙ୍କିର ମୃତ୍ୟୁ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ୩ ମାସ ହେବ ରହିଥିଲା କ୍ୱାରେନ୍ଟାଇନରେ

Advertisment
ନନ୍ଦନକାନନରେ ୩୦ ବର୍ଷୀୟ ଦେଶୀ ଭାଲୁ ବାଙ୍କିର ମୃତ୍ୟୁ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ୩ ମାସ ହେବ ରହିଥିଲା କ୍ୱାରେନ୍ଟାଇନରେ

କନକ ବ୍ୟୁରୋ: ରବିବାର ସକାଳେ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଥିବା ‘ବାଙ୍କି’ ନାମକ ଗୋଟାଏ ଦେଶୀ କଳାଭାଲୁର ମୃତ୍ୟୁ ଘଟିଛି। ୩୦ ବର୍ଷିୟ ‘ବାଙ୍କି’ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଗତ ୩ ମାସ ହେବ କ୍ୱାରେନ୍‌ଟାଇନ୍‌ରେ ରହିଥିଲା। ସକାଳ ପ୍ରାୟ ୯ଟା ବେଳେ ତା’ର ମୃତ୍ୟୁ ଘଟିଥିବା କଥା ପ୍ରାଣୀ ଉଦ୍ୟାନ ତରଫରୁ ପ୍ରକାଶ।

Nandankanan

ଗତ ୧୮ ଜୁଲାଇ ୨୦୦୬ ମସିହାରେ ‘ବାଙ୍କି’କୁ ବାଙ୍କି ଅଞ୍ଚଳର ଗୋଟାଏ ଢାବାରୁ ଉଦ୍ଧାର କରାଯିବା ପରେ ନନ୍ଦନକାନନକୁ ଅଣାଯାଇଥିଲା। ‘ବାଙ୍କି’ର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ୧୪ଟି ଦେଶୀ ଭାଲୁ ରହିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe