କନକ ବ୍ୟୁରୋ : ଅଳିଆ ଗଦା ଭିତରେ ଖତ ଖାଉଛି ଲକ୍ଷାଧିକ ଟଙ୍କାର କ୍ୟାବିନ୍ । ତିଆରି ହୋଇଥିବା ପ୍ରାୟ ୩୦ରୁ ୪୦ କ୍ୟାବିନ ପଡି ରହିଛି । ଲକ୍ଷ୍ୟ ଥିଲା ପଟ୍ଟାମୁଣ୍ଡାଇ ସହରରୁ ଉଠା ଦୋକାନୀମାନଙ୍କୁ ଥଇଥାନ କରି ସ୍ୱଚ୍ଛ ସୁନ୍ଦର ଓ ଭିଡ ମୁକ୍ତ ସହର କରିବା । କେନ୍ଦ୍ରାପଡା ଜିଲ୍ଲାର ବାଣିଜର ପେଣ୍ଠ ସ୍ଥଳୀ କୁହାଯାଉଥିବା ପଟ୍ଟାମୁଣ୍ଡାଇ ବଜାର ଉପରେ ରାଜନଗର , ଆଳି , ରାଜକନିକା ନିର୍ଭରଶୀଳ । ରାତି ପାହିଲେ ଏହି ସହରରେ ଶହଶହ ଉଠା ଦୋକାନୀ ବେପାର କରିବାକୁ ଭିଡ ଜମାଇଥାନ୍ତି । ସମାନଙ୍କ ସୁବିଧା ପାଇଁ କ୍ୟାବିନ୍ ବ୍ୟବସ୍ଥା କରାଯାଇଛି ହେଲେ ଏହି କ୍ୟାବିନ୍ ଭାଙ୍ଗିରୁଜି ପଡିଥିବା ବେଳେ ବିଭିନ୍ନ ସମସ୍ୟା ଉପୁଜିଛି । କ୍ୟାବିନ ପଡିଥିବା ସ୍ଥାନ ଅଳିଆ ଆବର୍ଜନାରେ ଭର୍ତିହୋଇଗଲାଣି । । ଆଜିବି ଉଠା ଦୋକାନୀ ମାନେ ଖରାବର୍ଷାରେ ରାସ୍ତାକଡରେ ବେପାର କରୁଛନ୍ତି । ଏସବୁ ସମସ୍ୟା ଦେଖୁଥିଲେ ବି ପୌର ପାଳିକା କାହିଁକି ଚୁପ୍ ବସିଛି ସେ ନେଇ ପ୍ରଶ୍ନଉଠିଛି ।

Advertisment

ପଟ୍ଟାମୁଣ୍ଡାଇ ପୌରପାଳିକାରେ ୧୭୫ଟି କ୍ୟାବିନ ତିଆରି ପାଇଁ ବ୍ୟୟ ବରାଦ ହାଇଥିବା ବେଳେ କ୍ୟାବିନ ସ୍ଥାନାନ୍ତର କରି ରଖାଯିବା ସ୍ଥାନରଉନ୍ନତିକରଣ ପାଇଁ ୫୪ଲକ୍ଷ ୩୪ ହଜାର ୩୮୨ ଟଙ୍କା ଖର୍ଚ୍ଚହୋଇଛି । ହେଲେ ସରକାରୀ ବ୍ୟୟରୁ ଖର୍ଚ୍ଚହୋଇଥିବା ଏହି ଲକ୍ଷାଧିକ ଟଙ୍କା ସଂପୂର୍ଣ୍ଣ ପାଣିରେ ପଡିଛି । ଅନ୍ୟପଟେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ କହିଛନ୍ତି ।

ଜରାଜୀର୍ଣ୍ଣ ଅବସ୍ଥାରେ କ୍ୟାବିନ୍ ପଡିରହିଥିବା ବେଳେ ଉଠା ଦୋକାନୀଙ୍କ ସମସ୍ୟା ବଢିଚାଲିଛି । ଏଥିପ୍ରତି ଗୁରୁତ୍ୱ ଦିଆଯିବ ଜରୁରୀ ହୋଇଛି ।