କନକ ବ୍ୟୁରୋ : ପ୍ରଳୟଙ୍କାରୀ ବାତ୍ୟା ଫୋନି ମାଡରେ ବଦଳିଯାଇଛି ରାଜ୍ୟର ଭୌଗଳିକ ଚିତ୍ର । ପ୍ରକୃତିର ଏଭଳି କ୍ରୁର ଆଚରଣ ଓଡିଶାକୁ କିଛି ଘଣ୍ଟା ମଧ୍ୟରେ ଛାରଖାର କରି ଦେଇଛି । ପୁଣିଥରେ ଅଣ୍ଟା ସଳଖି ଛିଡା ହେବା ଏବେ ଓଡିଶା ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଖାସକରି ପୁରୀ ଓ ଭୁବନେଶ୍ୱରରେ ଫୋନି ଏଭଳି ତାଣ୍ଡବ ରଚିଛି ଯେ, ପ୍ରାୟ ୧୦ ବର୍ଷ ପଛକୁ ଫେରି ଯାଇଛି ଏହି ସହର । କେଉଁଠି ରେଲୱେ ଷ୍ଟେସନରେ ଟ୍ରେନ ବଦଳରେ ଟ୍ରାକ୍ ଉପରେ ଭଙ୍ଗା ଆଜବେଷ୍ଟସ ଦେଖିବାକୁ ମିଳୁଛି ତ ପୁଣି କେଉଁଠି ରାସ୍ତା ଉପରେ ଗଛ ସହ ସହ ମାଟି କାମୁଡି ପଡି ରହିଛି ଦୁଇ ଓ ଚାରି ଚକିଆ ଯାନ ।
ଧ୍ୱଂସସ୍ତୁପରେ ପରିଣତ ହୋଇଛି ଏହି ଦୁଇ ସହର । ବିଦ୍ୟୁତ ଖୁଣ୍ଟ ସହ ଏକାକାର ହୋଇଯାଇଛି ବଡ ବଡ ମହାଦ୍ରୁମ । ତାସପତା ଭଳି ଭୁଷୁଡି ପଡିଛି ଛୋଟ ବଡ କଚ୍ଚା ଘର । ଚାରିଆଡେ ଖେଳିଯାଇଛି ହାହାକାର । ଯେଉଁ ରାଜଧାନୀରୁ ବସି ପୂରା ରାଜ୍ୟକୁ ମନିଟରିଂ କରାଯାଏ ଆଜି ସେହି ରାଜଧାନୀର ଛାତି ଉପରେ ଫୋନି ରଚିଛି ତାଣ୍ଡବ । ନଜର ପକାନ୍ତୁ ଫୋନି ଯିବା ପରେ ସେହି ଛାତିଥରା ୩୦ ଫଟୋ ଉପରେ । ଯାହା ପ୍ରଳୟଙ୍କାରୀ ଫୋନିର ମୁକସାକ୍ଷୀ ପାଲଟିିଛି ।
ଫୋନି ଯିବା ପରେ... । ଭଗ୍ନସ୍ତୁପରେ ପରିଣତ ହୋଇଛି ପୁରୀ ରେଲୱେ ଷ୍ଟେସନ
image courtesy : AFPଫୋନି ଲ୍ୟାଣ୍ଡଫଲ କରିବା ପରେ... । ରାସ୍ତା କଡରେ ଶୋଇ ରହିଛି ମୋଟରସାଇକେଲ
ବାତ୍ୟା ଫୋନିର ତାଣ୍ଡବ । ଭାଙ୍ଗିଯାଇଛି ପେଟ୍ରୋଲ ପମ୍ପ
image courtesy : PTIଫୋନି ଯିବା ପରେ । ପୁରୀର ଦୃଶ୍ୟ
image courtesy : PTIଫୋନି ପ୍ରଭାବ : ବାଦ୍ ପଡିଲାନି ବିଦ୍ୟୁତ୍ ଖୁଣ୍ଟ
image courtesy : PTIଫୋନି ଗଲା ଚିହ୍ନ ରହିଲା
image courtesy : PTIଜୀବନ ଜୀବିକାକୁ ନିଶ୍ଚିହ୍ନ କରିଛି ଫୋନି
image courtesy : PTIଫୋନି ପ୍ରଳୟ : ଭାଙ୍ଗି ଗଲା ବଡ ବଡ ସାଇନବୋର୍ଡ
image courtesy : APଫୋନି ଯିବା ପରେ... । ରାଜରାସ୍ତାର ଅବସ୍ଥା ଏମିତି
image courtesy : PTIଗଛ ଓ ବିଦ୍ୟୁତ ଖୁଣ୍ଟ ସବୁ ଏକାକାର
image courtesy : PTIରଙ୍ଗହୀନ ହୋଇ ଯାଇଛି ପୁରୀ ସହର
image courtesy : PTIଫୋନିର କୋପରୁ ବର୍ତ୍ତିନି ଅଟୋ
image courtesy : PTIଫୋନି ଆଣିଲା ବସ୍ତି ବାସିନ୍ଦାଙ୍କ ଆଖିରେ ଲୁହ
ପବନ ବେଗ ଆଗରେ ହାର ମାନିଲା ଶହ ଶହ କଦଳୀ ଗଛ
image courtesy : APଫୋନି ଯିବା ପରେ... । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ ଟିମ୍
ମାଟି କାମୁଡି ପଡିଛି ଭୁବନେଶ୍ୱର ବିମାନବନ୍ଦରର ସାଇନବୋର୍ଡ
image courtesy : PTIଭୁବନେଶ୍ୱର ବିମାନବନ୍ଦରରେ ଫୋନି ରଚିଛି ତାଣ୍ଡବ
ଭୁବନେଶ୍ୱରର ସବୁଜିମାକୁ ଗିଳି ଦେଇଗଲା ଫୋନି ।
image courtesy : PTIକିଛି ଭାଙ୍ଗିଛି, କିଛି ରହିଛି ।
image courtesy : PTIଫୋନିର ପ୍ରକୋପ, କୂଳକୁ ମାଡି ଆସିଲା ସମୁଦ୍ର ଜୁଆର
image courtesy : PTIଭୁବନେଶ୍ୱର ବିମାନବନ୍ଦରର ନାଁ ଉଡାଇାନେଲା ଫୋନି
ଉଡି ଯାଇଛି ରେଲୱେ ଷ୍ଟେସନର ଆଜବେଷ୍ଟ ଛାତ
ଖାଁ ଖାଁ ଦିଶୁଛି ଭୁବନେଶ୍ୱର ରେଲୱେ ଷ୍ଟେସନ
ଭାଙ୍ଗିଲା ସିଂହଦ୍ବାର ସମ୍ମୁଖରେ ଥିବା ଜୟଙ୍କ ମୂର୍ତି
ମାଳତୀପାଟପୁର ବସ୍ ଷ୍ଟାଣ୍ଡର ଅବସ୍ଥା ଏମିତି
ଫୋନି ପ୍ରଭାବ : ଭାଙ୍ଗିଛି ଘର, ଶୋଇ ପଡିଛି ଗଛ
ଚାରିଆଡେ ପାଣି ମଝିରେ ଘର
ଚାରିଆଡେ ଖାଲି ପାଣି ଆଉ ପାଣି
ପାଣି ପାଇଁ ଲମ୍ବା ଲାଇନ
ପେଟ୍ରୋଲ ଟାଙ୍କିରେ ଲମ୍ବା ଲାଇନ ।
image courtesy - english.sakshi.com
Follow Us
/kanak/media/post_attachments/wp-content/uploads/2019/05/04cyclone-fani5.jpg)
/kanak/media/post_attachments/wp-content/uploads/2019/05/57390120_2352431428130014_7060104585905438720_n.jpg)