ଓମିକ୍ରନ ରିସ୍କ ଦେଶରୁ ଓଡିଶା ଫେରିଲେଣି ୩୮୦ ଜଣ: ୨୮ ତାରିଖ ସୁଦ୍ଧା ୨୨୪ ଜଣ, ୨୯ରେ ଆସିଛନ୍ତି ୧୫୬ ଜଣ

283

କନକ ବ୍ୟୁରୋ: ଓମିକ୍ରନ୍ ରିସ୍କ ଦେଶରୁ ବର୍ତମାନ ସୁଦ୍ଧା ଓଡ଼ିଶା ଫେରିଛନ୍ତି ୩୮୦ ଜଣ । ୨୮ ତାରିଖ ସୁଦ୍ଧା ୨୨୪ ଜଣ ଓଡ଼ିଶାକୁ ଆସିଥିବା ବେଳେ ୨୯ ତାରିଖରେ ୧୫୬ ଜଣ ରାଜ୍ୟକୁ ଆସିଛନ୍ତି । ସମସ୍ତ ପ୍ରକାର ଟେଷ୍ଟ କରି ଏମାନେ ଓଡ଼ିଶା ଫେରିଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ବିଦେଶ ଫେରନ୍ତାଙ୍କ ତଥ୍ୟ ଜିଲ୍ଲା ପ୍ରଶାସନକୁ ଦିଆଯାଇଛି ।

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁମାନେ ରିସ୍କ ଦେଶରୁ ଆସୁଛନ୍ତି, ସେମାନେ ନେଗେଟିଭ୍ ରିପୋର୍ଟ ସାଥିରେ ନେଇ ଆସିବେ । ନିଜ ବିଷୟରେ ସଂପୂର୍ଣ୍ଣ ତଥ୍ୟ ପୋର୍ଟାଲରେ ଦେବା ଲାଗି ବାଧ୍ୟତାମୂଳକ କରାଯାଇଛି । ବିମାନ ବନ୍ଦରରେ ଟେଷ୍ଟ କରାଯାଉଛି । ରିପୋର୍ଟ ପଜିଟିଭ୍ ଆସିଲେ ଆଇସୋଲେସନ୍କୁ ପଠାଯିବ । ନେଗେଟିଭ୍ ଥିଲେ ୭ ଦିନ ସଂଗରୋଧରେ ରହିବେ ।

ଅଷ୍ଟମ ଦିନ ପୁଣି ଥରେ ଟେଷ୍ଟ କରାଯିବ । ପଜିଟିଭ୍ ଆସିଲେ ଆଇସୋଲେସନ୍ରେ ରହିବେ ନଚେତ୍ ଆଉ ୭ ଦିନ ସେଲଫ୍ ଅବଜରଭେସନ୍ରେ ରଖାଯିବ । ମୋଟ୍ ୧୪ ଦିନ ସଙ୍ଗରୋଧରେ ରହିବାକୁ ହେବ । ଯେଉଁମାନଙ୍କର ପଜିଟିଭ୍ ଆସିବ ସେମାନଙ୍କ ଜିନମ୍ ସିକ୍ୱେସିଂ କରାଯିବ । ସବୁ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।