କନକ ବ୍ୟୁରୋ : ରାଜଧାନୀରେ ଆଜି ସକାଳୁ ରହସ୍ୟ ସୃଷ୍ଟି କରିଛି ୩୦ ଲକ୍ଷ ଟଙ୍କା । ଭୁବନେଶ୍ୱରରେ ନଗଦ ୩୦ ଲକ୍ଷ ଟଙ୍କା ସହ ଜରେ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଖଣ୍ଡଗିରି ଥାନାରେ ଅଟକ ରଖି ତାଙ୍କୁ ପଚରାଉଚରା କରାଯାଉଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ପାରଳାଖେମୁଣ୍ଡିରୁ ଆସିଥିବା ଏକ ବସରୁ ଓହାଇଥିଲେ ଜଣେ ଯୁବକ । ତପୋବନ ପେଟ୍ରୋଲ ପମ୍ପ ନିକଟରେ ଯୁବକ ପିସିଆର ଭ୍ୟାନକୁ ଦେଖି ଅଚାନକ ଦୌଡ଼ିବା ଆରମ୍ଭ କରିଥିଲେ । ତେଣୁ ପୋଲିସର ସନ୍ଦେହ ହେବାରୁ କାବୁ କରିବା ପରେ ତାଙ୍କ ବ୍ୟାଗରେ ୩୦ ଲକ୍ଷ ଟଙ୍କା ଥିବା ଜଣାପଡ଼ିଥିଲା ।
ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ସେନେଇ ପୋଲିସ ତାଙ୍କୁ ପଚରାଉଚରା କରୁଛି । ତେବେ ପାନ ମସଲା କମ୍ପାନୀର ଏହି ଟଙ୍କା ବୋଲି ଦାବି କରିଛନ୍ତିି ତାଙ୍କ ସହଯୋଗୀ ତଥା ପାନ ମସଲା ମାଲିକ । ଲକ୍ ସଟ ଡ଼ାଉନ ବେଳେ ବାକି ପଡ଼ିଥିବା ଟଙ୍କା ଆଦାୟ ହୋଇପାରିନଥିଲା । ଛୋଟ ଛୋଟ ବ୍ୟବସାୟୀଙ୍କ ଠାରୁ ଆଦାୟ ହୋଇଥିବା ଏହା ବାକି ଟଙ୍କା ବୋଲି ସେ ଦାବି କରିଛନ୍ତି । ପୁଲିସକୁ ଏନେଇ ସମସ୍ତ ପ୍ରମାଣ ଦେବେ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/14-20.jpg)