କନକ ବ୍ୟୁରୋ : ସାରା ରାଜ୍ୟରେ ସ୍ୱାଭାବିକ ଠାରୁ ନିଅଣ୍ଟ ବର୍ଷା ରେକର୍ଡ କରାଯାଇଛି । ଜୁଲାଇ ୧ରୁ ଅଗଷ୍ଟ ୨୨ ତାରିଖ ମଧ୍ୟରେ ସ୍ୱାଭାବିକ ବର୍ଷା ଠାରୁ ୩୦ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ୨୭ ଜିଲ୍ଲାରେ ନିଅଣ୍ଟିିଆ ବର୍ଷା ରେକର୍ଡ କରାଯାଇଛି ।
ତେବେ ଯାଜପୁର, ଭଦ୍ରକ, ବଲାଙ୍ଗିର, କେନ୍ଦୁଝର, ଅନୁଗୁଳର ଜିଲ୍ଲାରେ ବର୍ଷାର ପରିମାଣ ଉଦବେଗଜନକ ରହିଛି । ଏହି ୫ଜିଲ୍ଲାରେ ସ୍ୱାଭାବିକ ବର୍ଷାର ପରିମାଣ ଠାରୁ ୪୦ ପ୍ରତିଶତ କିମ୍ବା ତାଠୁ ଅଧିକ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ରାଜ୍ୟର ସର୍ବନିମ୍ନ ବୃଷ୍ଟିପାତ ହୋଇଛି ଯାଜପୁର ଜିଲ୍ଲାରେ । ଯାଜପୁରରେ ସ୍ୱାଭାବିକ ବର୍ଷାଠୁ ୫୪ ପ୍ରତିଶତ, ଭଦ୍ରକରେ ୫୦ ପ୍ରତିଶତ, ବଲାଙ୍ଗିରରେ ୪୩ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ସ୍ୱାଭାବିକ ବର୍ଷାର ପରିମାଣଠୁ ୪୨ ପ୍ରତିଶତ ଓ ଅନୁଗୁଳରେ ୪୦ ପ୍ରତିଶତ କମ ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ । ନିଅଣ୍ଟ ବର୍ଷା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ପାଣି ଅଭାବରୁ ଫସଲ ନଷ୍ଟ ସହ ମରୁଡି ଆଶଙ୍କା ଦେଖାଦେଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/24-21.jpg)