କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ଡୋଡା ଅଞ୍ଚଳରେ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଖାଇକୁ ଖସିପଡିବାରୁ ୩୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଜମ୍ମୁ-କିଶ୍ତଓ୍ଵାର ଜାତୀୟ ରାଜପଥରେ ବୁଧବାର ଏକ ବସ୍ ଗଭୀର ଘାଟିକୁ ଖସି ପଡ଼ିବାରୁ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବସ୍ ରେ ୫୦ ଜଣ ଯାତ୍ରୀ ଥିବା କୁହାଯାଉଛି। ବର୍ତ୍ତମାନ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଭାରସାମ୍ୟ ହରାଇ ଖାଇକୁ ଖସିପଡିଲା ଯାତ୍ରୀବାହୀ ବସ୍ । ୩୦ ମୃତ, ଏକାଧିକ ଯାତ୍ରୀ ଗୁରୁତର । ଡୋଡା ଉଦ୍ଧମପୁରରେ ଦୁର୍ଘଟଣା ।
Advertisment
Follow Us