ଦୁର୍ବଳ ମାଟି ବନ୍ଧରେ ଘାଇ ଯୋଗୁଁ ବୁଡିଲା ଡାଳୁଅ ଧାନ : ହୀରାକୁଦ ଶାସନ କେନାଲରେ ୩୦ ଫୁଟର ଘାଇ, ସୃଷ୍ଟି କରିଛି ବନ୍ୟା ଭ୍ରମ

50

କନକ ବ୍ୟୁରୋ : ଦୁର୍ବଳ ମାଟି ହିଡ଼ ଯୋଗୁଁ ହୀରାକୁଦ ନଦୀବନ୍ଧର ଦ୍ୱିତୀୟ ବୃହତ୍ତମ ଶାସନ କେନାଲ ପରମାଣପୁର ପାଖ ଗ୍ରାମ ପେଣ୍ଡରିପୋଲ ନିକଟରେ ହୋଇଥିଲା ପ୍ରାୟ ୩୦ଫୁଟର ଘାଇ । ସେପଟେ ଜଳସମ୍ପଦ ବିଭାଗ କେନାଲ କାମ ଆରମ୍ଭ କରିଛି ।

ଜମିରେ ଲହଡି ମାରୁଛି କେନାଲ ପାଣି । ଦୁର୍ବଳ ମାଟି ବନ୍ଧ ଯୋଗୁଁ ହୀରାକୁଦ ନଦୀବନ୍ଧର ଶାସନ କେନାଲରେ ସୃଷ୍ଟି ହୋଇଛି ୩୦ ଫୁଟର ଘାଇ । କେନାଲକୁ ଲାଗି ରହିଥିବା ସରକାରୀ ଜମିରେ ହୋଇଥିବା ଡାଳୁଅ ଧାନ ଚାଷ ପାଣିରେ ବୁଡି ରହିଛି । ହୀରାକୁଦ ଡ୍ୟାମର ମୁଖ୍ୟ ୨ଟି କେନାଲ ମଧ୍ୟରୁ ଶାସନ କେନାଲ ଗୋଟିଏ ।

କେନାଲ ବନ୍ଧରେ ଘାଇ ନେଇ ଖବର ପାଇ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରି କ୍ଷୟକ୍ଷତି ଆକଳନ ପାଇଁ ରାଜସ୍ୱ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ହୀରାକୁଦ ଡ୍ୟାମ ଏସଡିଓଙ୍କ କହିବା କଥା, କେନଲାକୁ ୬୦ ବର୍ଷ ଅତିକ୍ରମ କରିସାରିଥିବା ବେଳେ ମାଟି ବନ୍ଧ ଦୁର୍ବଳ ହୋଇଯାଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ରେଙ୍ଗାଲି କେନାଲ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ନଦେଲେ ଆଗାମୀ ଦିନରେ କେନାଲ ହିଡ ଭାଙ୍ଗି ବ୍ୟାପକ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି ।