ମହାନଦୀରେ ୩୦ଫୁଟର ଘାଇ ; ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଅନେକ ଅଞ୍ଚଳ ଜଳମଗ୍ନ

ମହାନଦୀରେ ୩୦ଫୁଟର ଘାଇ ; ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଅନେକ ଅଞ୍ଚଳ ଜଳମଗ୍ନ

କନକ ବ୍ୟୁରୋ: ମହାନଦୀରେ ପ୍ରାୟ ୩୦ ଫୁଟର ଘାଇ। ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପଛପଟେ ଏକ ଘାଇ ସୃଷ୍ଟି ହୋଇଛି। ଗତକାଲିଠାରୁ ବୌଦ୍ଧରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ଘାଇ ସୃଷ୍ଟି ହେବାରୁ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ, କର୍ମଜୀବୀ ମହିଳା ଆବାସିକ ବିଲ୍ଡିଂ, ଜିଏସଟି ଅଫିସ, ଜିଲ୍ଲା ଶିଳ୍ପ କେନ୍ଦ୍ର ଅଫିସ ସମେତ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ଜଙ୍କ ସରକାରୀ ବାସଭବନ ଏବଂ ପୋଲିସ କ୍ୟାଣ୍ଟିନରେ ପାଣି ପଶିଥିଲା। ଗତକାଲି ଏସବୁ ସ୍ଥାନରେ ପାଣି ପଶିଥିବା ବେଳେ ଆଜି କିଛି ସ୍ଥାନରେ ପାଣି କମିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe