କନକ ବ୍ୟୁରୋ: କର୍ପୋରେଟ ସଂସ୍ଥା ପାଇଁ ୩୦ ପରିବାର ପାଲଟିଲେ ଭୂମିହୀନ । ନ୍ୟାୟ ପାଇଁ ଜମିହରା ବସିଛନ୍ତି ଧାରଣାରେ । ୪୦ ବର୍ଷ ହେଲା ପ୍ରଶାସନ ଦେଇଥିବା ୬୦ ଏକର ଜମିରେ ଚଳୁଥିଲେ ୩୦ ପରିବାର । ହେଲେ ଏବେ ଦଖଲ ଥିବା ୬୦ ଏକର ଜମିକୁ କର୍ପୋରେଟ ସଂସ୍ଥା ହାତରେ ଟେକିଦଇଛି ପ୍ରଶାସନ । ଯାହା ପାଇଁ ଜମିହରା ହୋଇ ପରିବାର ସହ ବାରଦୁଆର ହେଉଛନ୍ତି ଲୋକେ । ପରିବାର ଚଳୁଥିବା ଏହି ଜମିକୁ ସରକାର ସେମାନଙ୍କଠାରୁ ଛଡାଇ ନେଇଥିବ କ୍ଷୋଭର ସହ କହିଛନ୍ତି ଜମିହରା ମାନେ ।
ଦୀର୍ଘ ବର୍ଷ ହେଲା ଦଖଲରେ ଥିବା ଜମିରେ କାଜୁ , ଆମ୍ବ, ଓ ଶୁଖିଲା କାଠ ସଂଗ୍ରହ କରୁଥିଲେ । ଆଉ ସେଥିରେ ଚଳୁଥିଲା ପରିବାର । ହେଲେ ସରକାର ଏବେ ସେହି ଜମି ସେମାନଙ୍କଠାରୁ ଛଡାଇ ନେଇ ଘରୋଇ ସଂସ୍ଥା ହାତରେ ଟେକିଦେବାରେ ଲାଗିଛି ଏନେଇ ଉପରିସ୍ଥ ଅଧିକାର ପର୍ଯ୍ୟନ୍ତ ଗୁହାରୀ କରି ନିରାଶ ହୋଇପଡିଛନ୍ତି । ହେଲେ, ସେମାନଙ୍କ ସମସ୍ୟା ଶୁଣିବାକୁ ଯେମିତି କେହିନାହିଁ । ଯାହାର ବିରୋଧ କରି ଧାରଣାରେ ବସିଛନ୍ତି ଜମି ହରାଲୋକେ । ସେପଟେ ଏହି ଦଳିତ ପରିବାରଙ୍କ ସମସ୍ୟା ପ୍ରତି ଖୁବଶୀଘ୍ର ଗୁରୁତ୍ୱ ଦିଆଯିବାକୁ କହିଛନ୍ତି ତହସିଲଦାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/vlcsnap-2023-04-16-18h44m30s518.png)