ଉଦାହରଣ ପାଲଟିଲେ ପୂର୍ବତନ ୩୦ ଜଣ ମହିଳା ମାଓବାଦୀ ! ଆତ୍ମ ସମର୍ପଣ କରିଥିଲେ, ସ୍ୱତନ୍ତ୍ର ମହିଳା କମାଣ୍ଡୋ ଭାବେ ନିଯୁକ୍ତି ଦେଲା ପୁଲିସ ।

778

କନକ ବ୍ୟୁରୋ: ଦିନେ ହାତରେ ବନ୍ଧୁକ ଧରି ମାଓପ୍ରବଣ ଅଞ୍ଚଳରେ ଭୟବୀତ କରାଉଥିଲେ ୩୦ ଜଣ ମହିଳା ମାଓବାଦୀ । କିନ୍ତୁ ସମାଜର ସ୍ରୋତରେ ନିଜକୁ ସାମିଲ କରି ନକ୍ସଲ ପଥକୁ ବାଏବାଏ କହିଥିବା ୩୦ ଜଣ ମହିଳା ମାଓବାଦୀଙ୍କୁ ଛତିଶଗଡ଼ ପୋଲିସ ଦେଲା ନୂଆ ପରିଚୟ । ମାଓପ୍ରବଣ ଛତିଶଗଡ଼ରୁ ଏକ ସକାରାତ୍ମକ ଖବର ଆସିଛି । ଛତିଶଗଡ଼ ପୁଲିସ ଆତ୍ମସମର୍ପଣ କରିଥିବା ପ୍ରାୟ ୩୦ ଜଣ ମହିଳା ମାଓବାଦୀଙ୍କୁ ନିଜ କମାଣ୍ଡୋ ବାହିନୀରେ ନିଯୁକ୍ତି ଦେଇଛି । ଏମାନଙ୍କୁ ଛତିଶଗଡ଼ ପୁଲିସର ଏକ ସ୍ୱତନ୍ତ୍ର ଲଢୁଆ ବାହିନୀ (ଡିଆଜି)ରେ ସ୍ଥାନ ଦିଆଯାଇଛି । ଏପରିକି ଏମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମହିଳା କମାଣ୍ଡୋ ପ୍ଲାଟୁନ ଖୋଲାଯାଇଛି ବୋଲି ଛତିଶଗଡ଼ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ଏହି ଏହି ସ୍ୱଚନ୍ତ୍ର ପ୍ଲାଟୁନର ନାଁ ‘ଦନ୍ତେଶ୍ୱରୀ ଲଢାକେ’ ରଖାଯାଇଛି । ସବୁଠାରୁ ବଡ଼କଥା ହେଲା କି, ଏହି ପୂର୍ବତନ ମହିଳା ମାଓବାଦୀଙ୍କ ଲଢୁଆକୌଶଳ ଦେଖି ଟ୍ରେନିଂ କ୍ୟାମ୍ପରେ ହତବାକ୍ ହୋଇଯାଇଥିଲେ ବରିଷ୍ଠ ପୋଲିସ ଅଧିକାରୀ । ତେବେ ନିଯୁକ୍ତି ଦିଆଯାଇଥିବା ଏହି ଡାଆରଜି ମହିଳା ମାନଙ୍କୁ ମାଓପ୍ରବଣ ବସ୍ତର, ଦାନ୍ତେଓ୍ଵାଡା ଜିଲ୍ଲାରେ ମୃତୟନ କରାଯାଇଛି ।

ସେପଟେ ପୂର୍ବରୁ ଛତିଶଗଡ଼ ପୁଲିସର ମୋଟ ୬ଟି ଡିଆରଜି ପ୍ଲାଟୁନ ଥିଲା । ଏହି ନୂଆ ମହିଳା ପ୍ଲାଟୁନକୁ ମିଶାଇଲେ ଏହି ସଂଖ୍ୟା ୭ରେ ପହଞ୍ଚିଛି । କିନ୍ତୁ ଏହି ପୂର୍ବତନ ମହିଳା ମାଓବାଦୀଙ୍କୁ ଉତ୍ତମ ତାଲିମ ଦେବା ପରେ କମାଣ୍ଡୋ ବାହିନୀରେ ନିଯୁକ୍ତି ଦେଇ ପୁଲିସ ଅନ୍ୟ ମାଓବାଦୀମାନଙ୍କୁ ଆକୃଷ୍ଟ କରିବାକୁ ଆଶା ରଖିଛି । ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏମାନଙ୍କୁ ଉଦାହରଣ ଦର୍ଶାଇ ଅନ୍ୟ ମାଓବାଦୀଙ୍କୁ ବାଟ ଦେଖାଇବା ମୂଳ ଲକ୍ଷ୍ୟ ରଖିଛିି ଛତିଶଗଡ଼ ପୋଲିସ ।