ମହମ୍ମଦ ଶାମି: ମୁମ୍ବାଇରେ ଖେଳାଯାଇଥିବା ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୭ ୱିକେଟ୍ ନେଇ ଦ୍ରୁତ ବୋଲର ମହମ୍ମଦ ଶାମି ପ୍ରଶଂସକମାନଙ୍କ ମନରେ ଖୁସିର ଲହରୀ ଆଣିଦେଇଛନ୍ତି । ODI କ୍ରିକେଟରେ ଚତୁର୍ଥ ଥର ପାଇଁ ୫ ଟି ୱିକେଟ୍ ନେଇ ଶାମି ପ୍ରଥମ ବୋଲର ଭାବେ ସାମିଲ ହୋଇଛନ୍ତି । ଏହା ବ୍ୟତୀତ ସେ ପ୍ରଥମ ଭାରତୀୟ ବୋଲର ଭାବେ ବିଶ୍ୱକପରେ ୫୦ ୱିକେଟ୍ ନେଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଶାମି … ଶାମି … ଶାମି … ଗତକାଲି ବମ୍ବେର ୱାନଖାଡେ ଷ୍ଟାଡିଅମରେ ଏହି ନାଁ ଚାରିଆଡେ ଗୁଞ୍ଜରିତ ହେଉଥିଲା । କିନ୍ତୁ ଏମିତି ବି ଦିନ ଥିଲା ଯେ ଶାମି ୧୯ ମହଲରୁ ଡେଇଁ ଆତ୍ମହତ୍ୟା କରିବାକୁ ବାହାରିଥିଲେ ।
ଆସନ୍ତୁ ଜାଣିବା ଏମିତି କିଛି ଅଜଣା କଥା ଯାହା ଆଗାମୀ ଏକ ପୁସ୍ତକରେ ପ୍ରକାଶିତ ହେବାକୁ ଯାଉଛି ।
ଉତ୍ତରପ୍ରଦେଶର ଆମ୍ରୋହର ପୁଅ ମହମ୍ମଦ ଶାମିଙ୍କ ସଫଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିନ୍ତୁ ଏହି ସଫଳତା ପଚାରେ ଥିବା ତାଙ୍କ ସଂଘର୍ଷ ବିଷୟରେ ଖୁବ କମ ଲୋକ ଜାଣିଥିବେ । ତାଙ୍କର ସଂଘର୍ଷମୟ ଜୀବନ ଉପରେ ଖୁବ ଶୀଘ୍ର ଏକ ପୁସ୍ତକ ପ୍ରକାଶିତ ହେବାକୁ ଯାଉଛି । ଖାନପୁର, ଉତ୍ତରପ୍ରଦେଶର ସ୍ୱାଧୀନ ବିଧାୟକ ଉମେଶ କୁମାର ଏବେ ମହମ୍ମଦ ଶାମିଙ୍କ ଏହି ଯାତ୍ରାକୁ ଶବ୍ଦରେ ବର୍ଣ୍ଣନା କରିବେ । ପୁସ୍ତକର ନାମ- ’30 ଡେଜ ଉଇଥ ଶାମି’ ରହିଛି ।
ବିଧାୟକ ଉମେଶ କୁମାର ଏହା ଉପରେ ସୂଚନା ଦେଇଛନ୍ତି ଶାମିଙ୍କ ଜୀବନର ସେହି ଏକ ମାସ ଉପରେ ମୁଁ ଏ ପୁସ୍ତକ ଲେଖୁଛି ଯେତେବେଳେ ଏହି ଯୁବକ ପାକିସ୍ତାନ ସହିତ ଫିକ୍ସିଂ କରିଥିବା ଅଭିଯୋଗରେ ଅପମାନିତ ହୋଇ ଦୁଇ ଦୁଇଥର ଆତ୍ମହତ୍ୟା ଉଦ୍ୟମ କରିଥିଲା । ସେହି ଗୋଟିଏ ମାସ ଯେତେବେଳେ ଏହି ବାଳକ ପ୍ରତିଦିନ ମରି ମରି ବଞ୍ଚୁଥିଲା । ସେହି ଗୋଟିଏ ମାସ ଯେତେବେଳେ ସେ ମୋ ଘରର ୧୯ ମହଲାରୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲା । ବହିର ନାମ ହେଉଛି- ’30 ଡେଜ ଉଇଥ ଶାମି’ ।
ନିଜ ସ୍ତ୍ରୀ ବଳତ୍କାରର ଅଭିଯୋଗ କରିଥିଲେ
କେବଳ ଏତିକି ନୁହେଁ ବିଶ୍ୱକପ୍ରେ ହଡକମ୍ପ ମଚେଇଥିବା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ସହ ଏକ ଫଟୋ ସେୟାର କରି ବିଧାୟକ ଲେଖିଛନ୍ତି ଯେ ଇଏ ସେହି ଶାମି ଯାହାଙ୍କ ବିରୋଧରେ ତାଙ୍କ ପତ୍ନୀ ବଳାତ୍କାର ଓ ଯୌତୁକ ମାମଲା ଦାୟର କରିଥିଲେ । ଇଏ ସେହି ଲୋକ ଯାହାଙ୍କ ଉପରେ ତାଙ୍କ ପତ୍ନୀ ପାକିସ୍ତାନ ସହ ମ୍ୟାଚ୍ ଫିକ୍ସିଂ ପାଇଁ ଟଙ୍କା ନେଇଥିବାର ଅଭିଯୋଗ କରି ତଦନ୍ତ ଆରମ୍ଭ କରାଇଥିଲେ । ଇଏ ହେଉଛନ୍ତି ସେହି ଶାମି ଯାହାଙ୍କ ବିରୋଧରେ ଷଡଯନ୍ତ୍ର କରି ତାଙ୍କ ମା, ଭଉଣୀ ଏବଂ ଭାଇଙ୍କୁ ଜେଲକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଇଏ ସେହି ଯୁବକ ଯିଏ ମିଥ୍ୟା ଅଭିଯୋଗ ହେତୁ ବିଶ୍ୱକପ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ କୋଲକାତା କୋର୍ଟର କାଠଗଡାରେ ଅପରାଧୀଙ୍କ ପରି ଠିଆ ହୋଇ ଜାମିନ ମାଗିଥିଲା । କାହାଣୀ ଏତିକି ନୁହେଁ ବନ୍ଧୁଗଣ । ଆହୁରି ବହୁତ ବାକି ଅଛି ପଢିବା ପାଇଁ ।