ରାଜଧାନୀରେ କମୁଛି କରୋନା । ଭୁବନେଶ୍ୱରରେ ଆଜି ୩୦ ପଜିଟିଭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୩୧ ଜଣ 

63

କନକ ବ୍ୟୁରୋ : ଭୁବନେଶ୍ୱରରୁ କମୁଛି କରୋନା ସଂକ୍ରମଣ । ଆଜି ରାଜଧାନୀରୁ ୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୩ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ୱରର ଆଇଗିଣିଆ, ଚନ୍ଦ୍ରଶେଖରପୁର, ସତ୍ୟ ବିହାର, ଟଙ୍କପାଣି ରୋଡ ଓ ବାଣିବିହାରରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବଡଗଡ, ବରମୁଣ୍ଡା, ଭିମପୁରରୁ ୨ ଜଣ ଲେଖାଏଁ ଓ ଚକେଇସିଆଣିରୁ ୪ ଜଣ ଚିହ୍ନଟ ହୋଇଛନ୍ତି ।

ଏହାସହ ଭୁବନେଶ୍ୱରରେ ମୋଟ ୩୧ ହଜାର ୩୭୦ରେ ପହଞ୍ଚିଛି ପଜିଟିଭ ସଂଖ୍ୟା । ସେହିପରି ୩୦ ହଜାର ୭୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ୨୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ସୁଦ୍ଧା ୩୬୮ ଜଣ ସକ୍ରିୟ ରହିଛନ୍ତି ।