ହସ୍ପିଟାଲ ଏବଂ ଆରଟିଓ ଅଫିସରେ ରହିବେ ନାହିଁ ଗୋଟିଏ ବି ଦଲାଲ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡରେ ପୋଲିସ, ବିଭିନ୍ନ ସ୍ଥାନରୁ ଗିରଫହେଲେ ୩୦ ଦଲାଲ 

Advertisment
ହସ୍ପିଟାଲ ଏବଂ ଆରଟିଓ ଅଫିସରେ ରହିବେ ନାହିଁ ଗୋଟିଏ ବି ଦଲାଲ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡରେ ପୋଲିସ, ବିଭିନ୍ନ ସ୍ଥାନରୁ  ଗିରଫହେଲେ ୩୦ ଦଲାଲ 

indiatimes.com

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ଆରଟିଓ କାର୍ଯ୍ୟାଳୟ ଓ ହସ୍ପିଟାଲରୁ ରୁ ୩୦ ଜଣ ଦଲାଲ ଗିରଫ ହୋଇଥିବା ସୂଚନା ମିଳିଛି। ସେହିପରି ରାଉରକେଲା ଆରଟିଓ କାର୍ଯ୍ୟାଳୟରେ ପୁଲିସ ଅଚାନକ ଚଢ଼ାଉ କରି ଆଜି ୧୧ ଜଣ ଦଲାଲଙ୍କୁ ଅଟକ ରଖିଛି। ଏମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଆରଟିଓ କାର୍ଯ୍ୟାଳୟ ଓ ୩ ଜଣଙ୍କୁ ହସ୍ପିଟାଲରୁ ପୁଲିସ ଅଟକ ରଖିଛି। ପୂର୍ବରୁ ରାଉରକେଲା ପୁଲିସ ଆରଟିଓ କାର୍ଯ୍ୟାଳୟରୁ ୧୪ ଜଣ ଦଲାଲଙ୍କୁ ଗିରଫ କରିଥିଲା। ଏମାନେ ୨୩ ଦିନ ଜେଲରେ ରହିବା ପରେ ଆସିଥିଲେ। ଜେଲରୁ ଫେରନ୍ତା ୩ ଜଣ ଦଲାଲଙ୍କୁ ପୁଲିସ ଆଜି ପୁଣି ଥରେ ଅଟକ ରିଖିଛି।
ପୁଲିସ ସମ୍ବଲପୁର ଓ ବଲାଙ୍ଗୀରରୁ ୫-୫ ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ଭୁବନେଶ୍ୱର ଓ ଭଦ୍ରକରୁ ୪-୪ ଜଣଙ୍କୁ ଗିରଫ କରିଛି। ସେହିପରି ମୟୁରଭଂଜ ଓ ବାଲେଶ୍ୱର କାର୍ଯ୍ୟାଳୟରୁ ୩-୩ ଜଣ ଦଲାଲ ଗିରଫ ହୋଇଥିବା ବେଳେ ନବରଙ୍ଗପୁରରୁ ୨ ଜଣ ଦଲାଲ ଗିରଫ ହୋଇଛନ୍ତି।
ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଭିଡିଓ କନଫରେନସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ଆରଟିଓମାନଙ୍କ ସହ ନୂଆ ଟ୍ରାଫିକ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନା କାଳରେ ଆରଟିଓ ଅଫିସଗୁଡ଼ିକୁ ଦଲାଲମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ଦ୍ରୁତ ତଥା ବିପଦପୂର୍ଣ୍ଣ ଭାବରେ ଗାଡି ଚାଳନା କରୁଥିବା, ନିଶାଦ୍ରବ୍ୟ ସେବନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କଡ଼ା ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe