କନକ ବ୍ୟୁରୋ : ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳରେ ଶିଖ ଯୁବକଙ୍କୁ ଆକ୍ରମଣ ଘଟଣାରେ ଗିରଫ ତିନି ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ଭୁବନେଶ୍ୱର ଏସଡିଜେଏମ କୋର୍ଟ ଜାମିନ ଦେଇଛନ୍ତି । ସେପଟେ ଏହି ଘଟଣାରେ ନିଜ କାର୍ଯ୍ୟରେ ଅବହେଳା କରିଥିବାରୁ ପିସିଆରର ଭାରପ୍ରାପ୍ତ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି । ଏହା ସହ ଭୁବନେଶ୍ୱର ଡିସିପି ଆହତ ଯୁବକଙ୍କ ଘରକୁ ଯାଇ ଭେଟିବା ସହ ତାଙ୍କ ପ୍ରତି ଅନ୍ୟାୟ ହେବାକୁ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ମଙ୍ଗଳବାର ଦିନ ଦ୍ୱିପ୍ରହରରେ ପୁଲିସ ଉପସ୍ଥିତିରେ ଜଣେ ଶିଖ ଯୁବକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦୀପକ ଜେନାଙ୍କ ସମେତ ତିନି ଜଣ ଦୁôବୃର୍ତଙ୍କୁ ଗିରଫ କରାଯାଇଥିଲା ।
ଅନ୍ୟପଟେ ୨୪ ଘଂଟା ଭିତରେ ସବୁ ଅପରାଧୀଙ୍କୁ ଗିରଫ କରାଯାଇଥିବା ବେଳେ ତିନି ଦିନ ଭିତରେ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିସନର । ମଙ୍ଗଳବାର ଦିନ ପ୍ରାୟ ଦିନ ସାଢେ ଗୋଟାଏ ବେଳେ ଲକ୍ଷ୍ମୀସାଗର ଭଗବାନ ଆପାର୍ଟମେଂଟ ସମ୍ମୁଖରେ ସ୍ଥାନୀୟ ଅଂଚଳରେ ରହୁଥିବା ପରବିନ୍ଦର ସିଂଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ କିଛି ସ୍ଥାନୀୟ ଯୁବକ । ଏମିତିକି ପଥରେ ମୁହଁକୁ ଆକ୍ରମଣ କରିବାକୁ ବି ପଛାଇ ନଥିଲେ । ଆଉ ସବୁଠୁ ବଡ କଥା ହେଉଛି ଏସବୁ ଘଟିଥିଲା ପୋଲିସର ଉପସ୍ଥିତିରେ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/vlcsnap-2020-01-16-06h57m59s225.png)