କନକ ବ୍ୟୁରୋ: ଲିଫ୍ଟରେ ଫସିଗଲେ ୩ କୁନି ଝିଅ । ୨୫ମିନିଟ୍ ପର୍ଯ୍ୟନ୍ତ ୩କୁନି ଝିଅ ଲିଫ୍ଟ ଭିତରେ ଫସିଯାଇଥିବା ଦେଖିବାକୁ ମିଳିଛି । ଗାଜିଆବାଦର କ୍ରସିଙ୍ଗ ରିପବ୍ଲିକ ଟାଉନସିପ ସ୍ଥିତ ଦ’ ନେଷ୍ଟ ଆପାର୍ଟମେଂଟରେ ଏହି ଅଘଟଣ ଘଟିଛି । ପ୍ରାୟ ୨୫ ମିନିଟ୍ ପର୍ଯ୍ୟନ୍ତ ଫସିରହିଥିଲେ ୮ରୁ ୧୦ବର୍ଷ ବୟସର ଏହି ତିନି କୁନି ଝିଅ । ହଠାତ୍ ଲିଫ୍ଟ ବନ୍ଦ ହୋଇଯିବ ପରେ ଏମାନେ ଭୟଭୀତ ହୋଇଯାଇଥିଲେ । ସିସିଟିଭି କ୍ୟାମେରାରେ ଏହି ଘଟଣାର ପୁରା ଦୃଶ୍ୟ କଏଦ ହୋଇଛି । କୁନି ଝିଅମାନେ ପରସ୍ପରକୁ ସାନ୍ତ୍ୱନା ଦେଉଥିବା ଦେଖିବାକୁ ମିଳିଥିଲା । ଏପରିକି ଭୟରେ ଲିଫ୍ଟ ଗେଟ ଖୋଲିବାକୁ ପ୍ରୟାସ ମଧ୍ୟ କରିଥିଲେ ।
ତେବେ ଲିଫ୍ଟର ଦେଖାରେଖାରେ ଅବହେଳା କରୁଥିବା ଯୋଗୁଁ ଲିଫ୍ଟ ଏପରି ବାରମ୍ବାର ଅଟକି ଯାଉଥିବା ଅଭିଯୋଗ ହୋଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲିଫ୍ଟରେ ବନ୍ଦ ରହିଲେ କୁନି ଝିଅ । ପ୍ରାୟ ୨୫ ମିନିଟ୍ ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ତେବେ ଏ ନେଇ ଜଣେ କୁନି ଝିଅଙ୍କ ବାପା ଥାନାରେ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଛି । ଗତ ନଭେମ୍ବର ୨୯ତାରିଖର ଏହି ଘଟଣା ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/22.jpg)