ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ୧୯୯୯ ଝାଡଖଣ୍ଡ କୋଲ ବ୍ଲକ ଆବଂଟନ ମାମଲାରେ ହୋଇଥିଲେ ଦୋଷୀ ସାବ୍ୟସ୍ତ

2,164

କନକ ବ୍ୟୁରୋ : କୋଲବ୍ଲକ ଆବଣ୍ଟନ ମାମଲାରେ ଦିଲ୍ଲୀପ ରାୟଙ୍କୁ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ରାୟ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଶୁଣାଇଛନ୍ତି । ଝାରଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନ ବେଳେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ ଦିଲ୍ଲୀପଙ୍କ ସହ ଅନ୍ୟ ୨ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସିବିଆଇ କୋର୍ଟ ଗତ ଶୁଣାଣି ବେଳେ ଏହି ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କେବଳ ରାୟ ଶୁଣାଣି ବାକି ଥିଲା । ଆଜି ଏହି ମାମଲା ଉପରେ ରାୟ ଶୁଣାଇଛନ୍ତି ସିବିଆଇ କୋର୍ଟ ।

ମନ୍ତ୍ରୀ ଦିଲ୍ଲୀପ ରାୟ ୧୯୯୯ ମସିହାରେ ଝାରଖଣ୍ଡ ଗିରୀଡିହ ସ୍ଥିତ ବ୍ରହ୍ମାଡିହ କୋଇଲା ଖାଦାନ ଆବଣ୍ଟନ ବେଳେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ୬ ଅକ୍ଟୋବରରେ ଦିଲ୍ଲୀପଙ୍କ ସମେତ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା । ଏହି ମାମଲାରେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କୁ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇ ସରିଛନ୍ତି । ତାଙ୍କୁ ୩ ବର୍ଷ ଜେଲ ସହ ୨୫ ଲକ୍ଷ ଟଙ୍କାର ଜରିମାନା ଶୁଣାଇଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ ।