୩ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କଲା ସମ୍ପର୍କୀୟ ଦାଦା । ଭୁବନେଶ୍ୱରର ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡନ

101

କନକ ବ୍ୟୁରୋ : ଅଶାନ୍ତ ରାଜଧାନୀ । ଅସୁରକ୍ଷିତ ଶିଶୁକନ୍ୟା । ସମ୍ପର୍କୀୟ ଯୁବକର ଜଘନ୍ୟକାଣ୍ଡ ସାରା ରାଜ୍ୟର ମୁଣ୍ଡ ସବୁଦିନ ପାଇଁ ତଳକୁ କରି ଦେଇଛି । ଘୃଣ୍ୟ ମାନସିକତାର ସବୁ ସୀମା ଟପି ଯାଇ ମଣିଷ ଯେ, ସଇତାନ ରୁପୀ ରାକ୍ଷାସ ପାଲଟିଯାଏ ତାର ଜ୍ୱଳନ୍ତ ଉଦାହରଣ ରାଜଧାନୀରେ ଦେଖିବାକୁ ମିଳିଛି । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧିନ ଏକ ବସ୍ତିରେ ଘିଟିଛି ଏହି ବର୍ବର ହତ୍ୟାକାଣ୍ଡ । ଭୁଲେଇ ଭାଲେଇ ଚକୋଲେଟ ଦେବାକୁ କହି ଶିଶୁ ଟିକୁ ଦୋକାନ ନେବା ବାହାନାରେ ବଳାକ୍ରାର କରିଛି ଏହି ଯୌନ ପିପାଶୁ ସଂପର୍କୀୟ ଦାଦା । ନୃଶଂଶତାର ସବୁ ସୀମା ଟପି ଯାଇଥିବା ଏହି ଜହ୍ଲାଦ ଦୁଷ୍କର୍ମ କରି ସାରିବା ପରେ ଏକ ଛୁରୀରେ ତାର ତଂଟି କାଟି ଦେଇଥିଲା । ତଂଟି କାଟି ସାରିବା ପରେ, ଛୁଆଟି ଛଟପଟ ହେଉଥିବା ଦୃଶ୍ୟକୁ ଦେଖୁଥିଲା ଆଉ ତାର ଜୀବନ ଯିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲା । ଅଭିଯୁକ୍ତ ଘନିଆ ଫେରାର ହୋଇଯାଇଥିବା ବେଳେ ,ତାକୁ ଧରିବା ପାଇଁ ଧରପଗଡ ଆରମ୍ଭ ହୋଇଛି । ଅଭିଯୁକ୍ତର ପାଳିତ ମା କହିଛନ୍ତି ଏଭଳି ପିଲାକୁ ଗୁଳିକର, ଏମିତି ପିଲାକୁ ପାଳି ମୁଁ ବହୁତ ବଡ ଭୁଲ କରି ଦେଇଛି ।

ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ମହିଳା ମୋର୍ଚା ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛି । ଏପରିକି ନାବାଳିକାଙ୍କ ପରିବାରକୁ ନ୍ୟାୟ ଦାବି କରୁଥିବା କର୍ପୋରେଟର ବି ମଶାଣି ପାଖରେ ଭାବବିହୋଳ ହୋଇ କାନ୍ଦି ପକାଇଥିଲେ । ଘୃଣ୍ୟ ମାନସିକତା ଏବଂ ନିଶାଶକ୍ତ ଯୁବକ ମାନେ ହିଁ ଏଭଳି ଘଟଣାରେ ସଂଶ୍ଲିଷ୍ଟ ରହୁଛନ୍ତି । ଏପରିକି ନିଜ ଘରେ ଯଦି ଶିଶୁକନ୍ୟା ସୁରକ୍ଷିତ ନୁହଁନ୍ତି ତେବେ କେଉଁଠି ସୁରକ୍ଷିତ ବୋଲି ପ୍ରଶ୍ନ ଉଠାଇଛି ବିଜେପି । ନିଶା କାରବାର ବନ୍ଦ ନହେଲେ ଏହି ଘଟଣା ଆଗକୁ ଏମିତି ବଢି ଚାଲିବ ବୋଲି କହିଛନ୍ତି । ଆଉ ନାରୀ ସୁରକ୍ଷା ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ।

ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ସାରା ରାଜଧାନୀର ପାଣିପାଗକୁ ହଲଚଲ କରି ଦେଇଛି । ରାଜଧାନୀରେ ନାରୀ ସୁରକ୍ଷା ନେଇ ଉଠିଛି ଅନେକ ପ୍ରଶ୍ନ ।
– ଦୁନିଆ ଦେଖି ନଥିବା ନିଷ୍ପାପ ଶିଶୁର କଣ ଥିଲା ଭୁଲ ?
– କାହିଁକି ନାବାଳିକାଙ୍କୁ ଟାର୍ଗଟ କରୁଛନ୍ତି ନୃସଂଶ ?
– ସଂପର୍କୀୟ ଦାଦା ଯଦି ସଇତାନ ସାଜେ ତାହେଲେ ଶିଶୁଟି କେଉଁଠି ରହିବ ସୁରକ୍ଷିତ?