କନକ ବ୍ୟୁରୋ: ରାଜସ୍ଥାନ କୋଟାରେ ଘଟିଛି ଅଭାବନୀୟ ଘଟଣା । ଖାଟୋଲି ଥାନା ଅନ୍ତର୍ଗତ ଜୋରାୱରପୁରକୁ ବିବାହ ଭୋଜି ଖାଇବାକୁ ଦୁଇ ଝିଅ ଓ ପତ୍ନୀଙ୍କ ସହ ଯାଇଥିଲେ ପ୍ରଦୀପ ନାଗର ନାମକ ବ୍ୟକ୍ତି । ପାର୍କିଙ୍ଗରେ ବଡ ଝିଅ ସହ ସ୍ତ୍ରୀ ଓହ୍ଲାଇପଡିଥିଲେ । ଏହାପରେ ପ୍ରଦୀପ କାର ପାର୍କିଙ୍ଗ କରି ଡୋର ଲକ୍ କରି ଭୋଜି ଚାଲିଯାଇଥିଲେ ।
ଉଭୟ ସ୍ୱାମୀ ସ୍ତ୍ରୀ ଭାବୁଥିଲେ ୩ ବର୍ଷର କୁନି ଝିଅ ଗୋର୍ଭିକା ବଡ ଝିଅ ସହ ଅଛି । କିନ୍ତୁ କିଛି ସମୟ ପରେ କିନ୍ତୁ ସାନ ଝିଅକୁ ବଡ ଝିଅ ସହ ନଦେଖିବାରୁ ଖୋଜିବାରେ ଲାଗିଥିଲେ । ଏହି କ୍ରମରେ କାର ଭିତରେ ଯାଇ ଦେଖିବା ବେଳକୁ କାର ଭିତରେ ଚେତାଶୂନ୍ୟ ହୋଇପଡିଥିଲା କୁନି ଝିଅ ଗୋର୍ଭିକା । ତୁରନ୍ତୁ ପାଖ ହସ୍ପିଟାଲକୁ ନେଇଥିଲେ ବି ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/3b.jpg)