୨ ବର୍ଷ ଅପେକ୍ଷାର ଅନ୍ତ ଘଟିଲା । କ୍ରାଉଡ ଫଣ୍ଡି ମାଧ୍ୟମରେ ଯୋଗାଡ ହେଲା ଟଙ୍କା । ୩ ବର୍ଷର ଆୟଂଶାକୁ ଦିଆଗଲା ୧୬ କୋଟି ଟଙ୍କାର ଇଂଜେକ୍ସନ ।

98

କନକ ବ୍ୟୁରୋ : ଭୟାନକ ରୋଗରେ ପିଡୀତ ହାଇଦ୍ରାବାଦର ଏକ ଶିଶୁକୁ ୧୬ କୋଟି ଟଙ୍କା ଦାମର ଟିକା ଦିଆଯାଇଛି । ଶିଶୁଟଇ ନ୍ୟୁରୋମସ୍କୁଲାର ରୋଗ ସହ ସ୍ପାଇନାଲ ମସ୍କ୍ୟୁଲାର ରୋଗରେ ପିଡୀତ ଥିଲା । ଏଭଳି ରୋଗରେ ପିଡୀତ ଲୋକଙ୍କୁ ବଞ୍ଚାଇ ରଖିବାକୁ ହେଲେ ଦୁନିଆର ସବୁଠାରୁ ମହଙ୍ଗା ଟିକା ଜୋଲଗେନସ୍ମା ବ୍ୟବହାର କରିବାକୁ ପଡିଥାଏ । ଏହି ଟିକାର ମୂଲ୍ୟ ୧୬ କୋଟି ଟଙ୍କା ।

ଏହି ଟିକା ନେଇଥିବା ୩ ବର୍ଷର ଶିଶୁ ଆୟଂଶାର ଘରଲୋକେ ନିଜ କ୍ଷମତାରେ ଏତେ ଟଙ୍କାର ଟିକା କିଣିପାରି ନାହାନ୍ତି । ଏନେଇ ସେମାନେ କ୍ରାଉଡ ଫଣ୍ଡିର ସହାୟତା ନେଇଥିଲେ । ଏହି କ୍ରାଉଡ ଫଣ୍ଡି ମାଧ୍ୟମରେ ଆୟଂଶାର ପରିବାର ଲୋକେ ୧୬ କୋଟି ଟଙ୍କା ଯୋଗାଡ କରିବାକୁ ସକ୍ଷମ ହୋଇଥିଲେ । ବୁଧବାର ଦିନ ହାଇଦ୍ରାବାଦର ରେନବୋ ହସ୍ପିଟାଲରେ ଆୟଶାଂଙ୍କୁ ଦୁନିଆର ସବୁଠାରୁ ମହଙ୍ଗା ଟିକା ଦିଆଯାଇଛି । ଏହି ଟଙ୍କା ଯୋଗାଡ ହେବା ଫଛରେ ୬୨.୪୫୦ ଲୋକ ସହାୟତାର ହାତ ବଢାଇଥିଲେ ।

ଆୟଂଶାର ପିତା ଯୋଗେଶ ଗୁପ୍ତା ଓ ମା ରୂପଲ ଗୁପ୍ତା ୨ ବର୍ଷ ହେଲା ଆୟଶାଂଙ୍କ ଚିକିତ୍ସା ପାଇଁ ଏଭଳି କ୍ରାଉଡ ଫଣ୍ଡିର ସହାୟତା ନେଉଥିଲେ । ସେମାନେ କହିଛନ୍ତି କି, ଆୟଂଶା ଜନ୍ମର କିଛି ମାସ ପରେ ଜଣାପଡିଥିଲା କି ସେ ଏଭଳି ଦୁର୍ଲ୍ଲଭ ରୋଗରେ ପିଡୀତ ଅଛି । ଏହି ରୋଗ କାରଣରୁ ଦିନକୁ ଦିନ ଶିଶୁଟିର ହାତ ଗୋଡ ଦୁର୍ବଳ ହେବାକୁ ଲାଗିଥିଲା । ଏହାପରେ ତାଙ୍କୁ ବିଭିନ୍ନ ହସ୍ପିଟାଲରେ ଦେଖାଇଥିଲେ ବି ସମସ୍ତେ ସେହି ଗୋଟିଏ ଟିକା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ଆୟଂଶାକୁ ଏହି ଟିକା ଦିଆଯାଇଛି । ଏନେଇ ତାର ପରିବାର ଲୋକେ ସହାୟତାର ହାତ ବଢାଇଥିବା ଲୋକମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।