କନକ ବ୍ୟୁରୋ : ବିଦ୍ୟୁତ୍ ଆଘାତରେ ୩ ଜଣ ମହିଳାଙ୍କ ମୃତ୍ୟ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଂଚାୟତ ଅନ୍ତର୍ଗତ ଟାଙ୍ଗିରୀ ଗାଁରେ ଏହି ଅଘଟଣ ଘଟିଛି । ମୃତକମାନେ ହେଲେ ଟାଙ୍ଗିରୀ ଜୁଆଙ୍ଗ ସାହିର । ସମସ୍ତେ ଛେଳି ଚରାଇବାକୁ ଯାଇଥିଲେ । ହେଲେ ଗାଁ ମୁଣ୍ଡ ହୁଳିସାହି ନିକଟସ୍ଥ କେନ୍ଦୁପତ୍ର ଫଡି ଘର ନାଳରେ ଏକ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା । ଏହି ତାର ସଂସ୍ପର୍ଶରେ ଛେଳିଟିଏ ଆସିବାରୁ ଚିତ୍କାର କରିଥିଲା । ପରେ ଉଦ୍ଧାର ପାଇଁ ଜଣେ ପରେ ଜଣେ ମହିଳା ଯାଇ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ପରେ ମୃତ୍ୟୁ ବରଣ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଅଘଟଣର ତଦନ୍ତ କରିଛି ।

Advertisment