କିଛି ଲୋକଙ୍କର ସ୍ମରଣ ଶକ୍ତି ଅତି ପ୍ରଖର,ଆଉ କେତେକଙ୍କର ଦୁର୍ବଳ। ଏକଥା ସମସ୍ତଙ୍କୁ ଜଣା । ଯଦି ସ୍ମରଣ ଶକ୍ତିକୁ ବଢ଼ାଇବାକୁ ଚାହାଁନ୍ତି, ତେବେ କରନ୍ତୁ ଏହି ତିନିଟି ଉପାୟ ।
ମସ୍ତିଷ୍କକୁ ଆରାମ ଦିଅନ୍ତୁ : ଆମେ ଦୈନନ୍ଦିନ ଜୀବନ ଶୈଳୀରେ ଏତେ କାମରେ ବ୍ୟସ୍ତ ରହୁ ଯେ ,ନିଜର ମସ୍ତିଷ୍କକୁ ଆରାମ ଦେଇ ନ ଥାଉ। ବରଂ ସବୁବେଳ ତା’ ଉପରେ ଚାପ ପକାଇ ଚାଲିଥାଉ। ମସ୍ତିଷ୍କକୁ ଆରାମ ଦେଲେ ଆମେ ମାନସିକ ସ୍ତରରେ ସୁସ୍ଥ ରହିବା, ଏକଥା ମନେ ରଖିବାକୁ ହେବ। ଏଥିପାଇଁ ସମୟ ମିଳିଲେ ବୁଲିବାକୁ ଯାଆନ୍ତୁ। ଏତଦବ୍ୟତୀତ ଧ୍ୟାନ ମଧ୍ୟ କରିପାରନ୍ତି।
ମନକୁ ଗୁରୁତ୍ୱ ଦିଅନ୍ତୁ : ଯେଉଁମାନଙ୍କର ସ୍ମରଣ ଶକ୍ତି ଦୁର୍ବଳ,ସେମାନେ କେବଳ ଅନ୍ୟମାନଙ୍କୁ ଗୁରୁତ୍ୱ ଦେଲେ ଚଳିବ ନାହିଁ। ନିଜକୁ ବି ଗୁରୁତ୍ୱ ଦେବା ଉଚିତ। ନିଜର ମନପସନ୍ଦ ସିନେମା ଦେଖିବା ବା ବହି ପଢ଼ିବା ଅବା ଖେଳ ଖେଳିବା ଦ୍ୱାରା ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଠିକ୍ ସେହିପରି ନିଜ ପସନ୍ଦର ଖାଦ୍ୟ ଖାଇଲେ ବି ଏହା ସମ୍ଭବ ହୋଇଥାଏ। ମନେ ରଖନ୍ତୁ ଏଥିପାଇଁ ଆପଣଙ୍କୁ ଟିକେ ସ୍ୱାର୍ଥପର ହେବାକୁ ପଡ଼ିବ।
ଖୁସମିଜାଜ୍ ଲୋକଙ୍କ ସହ ବନ୍ଧୁତା କରନ୍ତୁ : ଯେଉଁମାନେ ଦୁଃଖୀ ବା କ୍ରୋଧୀ ଅଥବା ଚିଡ଼ିଚିଡ଼ା ସ୍ୱଭାବର ଲୋକଙ୍କ ସହିତ ବନ୍ଧୁତା କରନ୍ତି ,ସେମାନଙ୍କର ସ୍ମରଣ ଶକ୍ତି ଦୁର୍ବଳ ହୋଇଥାଏ। ଅପରପକ୍ଷରେ ଯେଉଁମାନେ ଖୁସମିଜାଜ ଲୋକଙ୍କ ସହିତ ବନ୍ଧୁତା ରଖନ୍ତି, ସେମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ବୋଲି ଗବେଷଣାରୁ ଜଣାଯାଇଛି। ଏଣୁ ସବୁବେଳେ ଖୁସି ରହୁଥିବା ବା ଆନନ୍ଦ ବାଣ୍ଟୁଥିବା ଲୋକଙ୍କ ସହିତ ମିତ୍ରତା କରିଲେ ଆପଣଙ୍କୁ ଏହାର ସୁଫଳ ମିଳିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Memory-power.jpeg)